ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଅବଧି ସରିବା ପରେ ଚାଲିଛି ବେଆଇନ ଖନନ । ବଡ଼ମ୍ବା ଅଭିମାନପୁର ନିକଟସ୍ଥ ବୁଢାପଙ୍କ ପଥର ଖଣିର ଅବଧି ସରି ଯାଇଥିବା ବେଳେ ମନ ଇଛା ସହ ସହ ଟ୍ରିପ କଳାମୁଗୁନି ପଥର ଚୋରା ଚାଲାଣ ହେଉଛି ! ସ୍ଥାନୀୟ ଲୋକମାନେ ଗାଡି ଅଟକାଇ ରାସ୍ତାରୋକରେ ବସିଛନ୍ତି । ସୂଚନା ଅନୁସାରେ ଏହି ଖଣିର ଲିଜ ଅବଧି 24/05/2021 ଠାରୁ 23/05/2026 ପର୍ଯ୍ୟନ୍ତ ଥିଲା । ଆଜିକୁ 4ମାସ ହେଲା ଅବଧି ଶେଷ ହେଲାଣି କିନ୍ତୁ ମାଫିଆ ସକ୍ରିୟ ହୋଇ ଲୁଟିବାରେ ଲାଗିଛନ୍ତି । ଲିଜ ଧାରୀଙ୍କ ନାମ ପ୍ରତାପ କିଶୋର ମହାନ୍ତି , ପିତା -ରାଜକିଶୋର ମହାନ୍ତି , ଲଷ୍ମୀସାଗର ଖୋର୍ଦ୍ଧା ଓଡିଶା ବୋଲି ଜଣାଯାଇଛି । ଖଣି ବିଭାଗ ର ନଜରରେ ଏହି ଲୁଟ ହେଉଥିବା ବେଳେ ବଡମ୍ବା ପ୍ରଶାସନ ମୁକ ବଧିର ସାଜିଛି । ଦିନ ଦ୍ବିପହରେ ଏତେ ବଡ଼ ବଡ଼ ଗାଡି ପଥର ନେଇ ରାଜପଥରେ ଯାଉଛି କେମିତି କାହାର ନଜରରେ ପଡୁନି ନାଁ ଜାଣିଶୁଣି ଏହି ଲୁଟ କରାଯାଉଛି ।


