ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିକଚ ସାହିତ୍ୟ ସଂସଦ ର ୩୨ ତମ ସ୍ଵନକ୍ଷତ୍ର ଓ ନୂଆଖାଇ ଉତ୍ସବ । ବଡମ୍ବା ରତାପାଟ ହାଇସ୍କୁଲ ଠାରେ ବିକଚ ସାହିତ୍ୟ ସଂସଦ ର ୩୨ ତମ ସ୍ଵନକ୍ଷତ୍ର ଓ ନୂଆଖାଇ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ମଳୟ କୁମାର ବରାଳ, ରବିନାରାୟଣ ମଙ୍ଗରାଜ, ମନୋଜ କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ପଟ୍ଟନାୟକ ଙ୍କ ସମେତ ବହୁ ଲେଖକ, ଲେଖିକା, କବି ଓ କବୟିତ୍ରୀ ଯୋଗ ଦେଇଥିଲେ । କବିତା ପାଠୋତ୍ସବ ଓ ଆଲୋଚନାଚକ୍ରରେ ବହୁ କବି କବୟିତ୍ରୀ ନିଜର ଲେଖା କୁ ପାଠ କରି ସଂସଦ କୁ ପ୍ରମୋଦିତ କରିଥିଲେ ।
ବିକଚ ସାହିତ୍ୟ ସଂସଦ ର ୩୨ ତମ ସ୍ଵନକ୍ଷତ୍ର ଓ ନୂଆଖାଇ ଉତ୍ସବ !!!

