ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗୁଣ୍ଠସାହି – ବାଉଁଶଗାଡ଼ିଆ ରାସ୍ତା ନିର୍ମାଣ କାମ ନିମ୍ନ ମାନର ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଗୁଣ୍ଠସାହି ଟୁ ବାଉଁଶଗାଡ଼ିଆ ରାସ୍ତା ନିର୍ମାଣ କାମ ନିମ୍ନ ମାନର ଅଭିଯୋଗ ! ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ଅଜସ୍ର ଟଙ୍କା ! ହେଲେ ଦଳୀୟ ଭିତ୍ତିରେ ଠିକାଦାର ଚୟନ ହୋଇ କାମ ଦିଆଯିବା ପରେ ଆରମ୍ଭ ହେଉଛି ମନମାନୀ ! ପୁନଶ୍ଚ ନିର୍ମାଣ କାମର ବିଭାଗୀୟ ତଦାରଖ ହେଉନଥିବାରୁ କାମ ର ମାନ ଅନେକ ସ୍ଥାନରେ ଖରାପ ହେଉଛି ! ଏପରି ଏକ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲାରୁ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଗୁଣ୍ଠସାହି ଠାରୁ ବାଉଁଶଗାଡ଼ିଆ ରାସ୍ତା ନିର୍ମାଣ କାମ ନିମ୍ନ ମାନର ଅଭିଯୋଗ ! କାମ ର ମାନ ନେଇ ପ୍ରଶ୍ନ କରିବାରୁ ଠିକାଦାର କୁହନ୍ତି – ପିସି ଦେଇ କାମ କଲେ ଆଉ କଣ ହେବ , ବିଭାଗୀୟ ଅଧିକାରୀ ଏନେଇ କ୍ୟାମେରା ଆଗରେ ପାଟି ଖୋଲୁ ନାହାନ୍ତି ! ସେପଟେ ନିର୍ମାଣର ଦିନ କେଇଟା ପରେ ରାସ୍ତାର ଅବସ୍ଥା ଆଖି ସାମନାରେ !

Leave a Reply

Your email address will not be published. Required fields are marked *