ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ବକ୍ସିସାହି ଠାରେ ଗଣେଶ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗଜପତି ସ୍ମୁତି କଳା ପରିଷଦର କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନର ଗୁରୁ ନୃସିଂହ ପ୍ରସାଦ ପାଢୀଙ୍କ ସଂଗୀତ ପରିଚାଳନାରେ କଳାକାର ମାନେ ଭଜନ ପରିବେଷଣ କରିଥିଲେ । ଗୁରୁ ନୃସିଂହ ପ୍ରସାଦ ପାଢୀ, ମମତା ପାଢୀ, ମିନତୀବାଳା ମହାପାତ୍ର, ସୁନୀତା କୁମାରୀ ମହାରଣା, ପ୍ରବୀଣା କୁମାରୀ ବେହେରା, ଲୋପାମୁଦ୍ରା ଆଚାର୍ଯ୍ୟ, ଡାକ୍ତର ମୁର୍ମୁ ଓ ରଶ୍ମିତା କୁମାରୀ ଦାଶ ନିଜର ସୁଲଳିତ କଣ୍ଠ ସ୍ୱରରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏଥିରେ ତବଲାରେ ହରିଶ୍ଚନ୍ଦ୍ର ପାଇକ, ଢୋଲକରେ ବିଜୟ କୁମାର ଲେଂକା ସହଯୋଗ କରିଥିଲେ । ଦୀର୍ଘ ୯ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଫେନ୍ସି ଡ୍ରେସ୍ ପ୍ରତିଯୋଗିତା, ଭଜନ ସମାରୋହ, ଦୀପଦାନ ଇତ୍ୟାଦିର ଆୟୋଜନ ହେଉଛି । ଆସନ୍ତା ୨୧ତାରିଖ ଦିନ ଠାକୁରଙ୍କ ବିସର୍ଜନ କରାଯିବ । ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଗଣେଶ ପୂଜା ବୁଲିଆସି ଆୟୋଜକ ମାନଙ୍କୁ ଉତ୍ସାହିତ କରି ସମସ୍ତ ପାରଳାବାସୀ ମଂଗଳ କାମନା ପାଇଁ ଗଣନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଗଣନାଥଙ୍କ ପୂଜା ଅବସରରେ ଭଜନ ସମାରୋହ !!!

