ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସରକାରୀ ଯୋଜନାରେ ଘର ପାଇବାକୁ ସରକାର ଙ୍କୁ ଦେଲେ ଟଙ୍କା ! ହେଲେ ପରିସ୍ଥତି ଏମିତି ହେଲା ଯେ ଶେଷକୁ ଆସିବାକୁ ପଡିଲା ରାଜରାସ୍ତାକୁ ! ବଡ଼ରଘୁନାଥପୁର ଅଂଚଳରେ ଫ୍ଲାଟ ପାଇଁ ଟଙ୍କା ଦେବାର ବିତି ଗଲାଣି ବାର ବର୍ଷ ! ନା ହେଉଛି କାଗଜପତ୍ର ଠିକ , ନାଁ ଲୋକଙ୍କୁ ମିଳୁଛି ଘର ! ଏପରିକି ବିଭିନ୍ନ ସମୟରେ ଘଟଣାକୁ ନେଇ ବିଧାନସଭାରେ 35 ଥର ପ୍ରଶ୍ନ ମଧ୍ୟ ଆସିଲାଣି ! ଲୋକଙ୍କୁ ଫ୍ଲାଟ କିମ୍ବା ଜମି ଦେବାକୁ ଟଙ୍କା ନେଇ ଠକୁଥିବା ପ୍ରାଇଭେଟ ବିଲଡର କେଶ ଖାଇ ଯାଉଛନ୍ତି ଜେଲ , ହେଲେ ସରକାରୀ ସ୍ତରରେ ଘଟୁଛି ସମାନ ଘଟଣା ! ଏପରି ଅନିୟମିତତା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ !
ବାର ବର୍ଷ ହେଲାଣି ଫ୍ଲାଟ ପାଇଁ ଟଙ୍କା ଦେଇ ନିରାଶ !!!

