ପାରଳା ପୌର ପରିଷଦ ଅଞ୍ଚଳରେ ବଢ଼ିବାରେ ଲାଗିଛି ବୁଲା ଗାଈ ଗୋରୁ ଏବଂ କୁକୁରଙ୍କ ଉପଦ୍ରବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ପୌର ପରିଷଦ ଅଞ୍ଚଳରେ ବଢ଼ିବାରେ ଲାଗିଛି ବୁଲା ଗାଈ ଗୋରୁ ଏବଂ କୁକୁରଙ୍କ ଉପଦ୍ରବ ! ପରିଷଦ ତାରାପହଁରୁ କାର୍ଯ୍ୟାନୁଷ୍ଠାନ ଶୂନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଏକ ପୁରାତନ ପୌର ପରିଷଦ ଅଟେ , କିନ୍ତୁ ଏଠାରେ ସମସ୍ୟା ଅନେକ – ସମାଧାନ କମ ! ଏଠାରେ ବୁଲା କୁକୁର, ବୁଲଗାଇ ଗୋରୁ ଉପଦ୍ରବ ବଢ଼ିବାରେ ଲାଗିଛି ! କିନ୍ତୁ ପୌର ପରିଷଦ କିଛି ପଦକ୍ଷେପ ନେଇ ପାରୁନାହିଁ ଆଜି ପର୍ଯ୍ୟନ୍ତ । ବହୁ ଲୋକ ବୁଲ। କୁକର କାମୁଡ଼ା ର ଶିକାର ହୋଇଛନ୍ତି । ବନ୍ଧ୍ୟା କରଣ ସକାଶେ କୌଣସି ପଦକ୍ଷେପ ନିଆ ଯାଉନାହିଁ । ବୁଲା ଗାଇ ଗୋରୁଙ୍କ ରାସ୍ତା ଅବରୋଧ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *