ସରକାରୀ ଆୟୁର୍ବେଦ ଚିକିତ୍ସାଲୟର ଆୟୁର୍ବେଦ ଦିବସ ପାଳିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତରଫରୁ ମିଠାପାଲି କ୍ଲବ ରେ ବୁଧବାର ଆୟୁର୍ବେଦ ଦିବସ ପାଳନ ସହ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁମୁଖ୍ୟ ଅତିଥିଭାବେ ମିଠାପାଲି ସରପଞ୍ଚ ସୁବାସିନୀସେଠ, ମୁଖ୍ୟ ବକ୍ତା ଭାବେସାମାଜିକ କର୍ମୀ ବଡ ଶତପଥୀ, ସମ୍ମାନିତ ଅତିଥିଭାବେ ଡାକ୍ତର ମାନଭଂଜନ ପଣ୍ଡା, ସାମ୍ବାଦିକ କୁଞ୍ଜ ସାହୁ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ।ଚିକିତ୍ସାଳୟ ର ଉପଅଧିକ୍ଷକ ଡାକ୍ତର ମୁରଲୀଧର ବାଗ ସଭାପତିତ୍ୱ ସହ ସଭା ପରିଚାଳନା କରିଥିଲେ। ସଭାରେ ଅତିଥିମାନେ ନିଜ ନିଜ ଅଭିଭାଷଣ ରେ ପାଇକମାଳ ରେ ଆୟୁର୍ବେଦ ଚିକିତ୍ସାଳୟ ଆରମ୍ଭ ହେବା ଦିନରୁ ଅଂଚଳବାସି ଆୟୁର୍ବେଦ ଚିକିତ୍ସା ପାଇବା ସହ ମାଗଣା ଔଷଧ ପାଉ ଛନ୍ତି ବୋଲି କହିଥିଲେ। ପ୍ରାୟ ୩00ଜଣଙ୍କୁ ପରୀକ୍ଷା କରି ସେମାନଙ୍କୁ ଔଷଧ ବଣ୍ଟନ କରା ଯାଇଥିଲା। ଏଥିରେ ଡାକ୍ତର ମାନଭଞ୍ଜନ ପଣ୍ଡା, ଡାକ୍ତର ଶ୍ରୀକାନ୍ତ ନାଗ, ଡାକ୍ତର ସ୍ଵାଗତିକା ପ୍ରଧାନ, ଡାକ୍ତର ଲେବିୟ ସାଗର ରୋଗୀ ମାନଙ୍କୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ। ସୁରଜ ପଣ୍ଡା, ସଞ୍ଜୟ ସାମଲ, ସରୋଜ ମିର୍ଧା, ସୁନୀଲ କୁମାର, ବିକାଶକୁମ୍ଭାର ପ୍ରମୁଖ ଔଷଧ ବଣ୍ଟନ ରେ ତଥା ଅନ୍ୟ କାମରେ ସହଯୋଗ କରିଥିଲେ। ଏଥିସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇ ଥିଲା। ସ୍ୱାସ୍ଥ୍ୟ ଶିବିର ବହୁତ ସୁନ୍ଦର ଭାବରେ ସମାପ୍ତ ହୋଇ ଥିବାରୁ ଶେଷରେ ଉପଅଧକ୍ଷକ ଡା ମୁରଲୀଧର ବାଗ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *