ଶିଶୁ ସେବିକା ଚୟନରେ ଅନିୟମିତତା : ଅନଶନରେ ନମିତାଲତା ପଣ୍ଡା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ଅନ୍ତର୍ଗତ ଅଭିମାନପୁର ମୁକ୍ତା ନଗର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ଚୟନକୁ ନେଇ ଅଭିଯୋଗ ତୀବ୍ର ହୋଇଛି । ନ୍ୟାୟ ଦାବିରେ ନମିତାଲତା ପଣ୍ଡା ଅନଶନରେ ବସିଥିବା ବେଳେ, ଚୟନ ପ୍ରକ୍ରିୟାରେ ହୋଇଥିବା ଭୋଟିଂକୁ ନେଇ ସ୍କୁଲ କମିଟି ପକ୍ଷରୁ ଏକ ଗୁରୁତର ଦାବି ସାମ୍ନାକୁ ଆସିଛି । ସ୍କୁଲ କମିଟିର କହିବା ଅନୁଯାୟୀ, ନମିତାଲତା ପଣ୍ଡାଙ୍କ ସପକ୍ଷରେ ୯ଟି ଭୋଟ ପଡ଼ିଥିବା ବେଳେ, ଅନ୍ୟ ମହିଳା ପ୍ରାର୍ଥୀଙ୍କୁ ମିଳିଥିଲା ମାତ୍ର ୨ଟି ଭୋଟ । ତେବେ ଏହି ଭୋଟ ଫଳାଫଳ ସତ୍ତ୍ୱେ ଚୂଡ଼ାନ୍ତ ଚୟନ କେଉଁ ଆଧାରରେ କରାଗଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ନହେବାରୁ ଅନଶନରେ ବସିଛନ୍ତି ନମିତାଲତା । ତାଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବା ସହ ନ୍ୟାୟ ଦେବାକୁ ଦାବି ହେଉଛି । ଏବେ ନମିତାଲତାଙ୍କ ଦାବି ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା !

Leave a Reply

Your email address will not be published. Required fields are marked *