କ୍ଲଷ୍ଟର ସ୍ତରୀୟ ସୁରଭି – ୨୦୨୬ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି କ୍ଲଷ୍ଟର ସ୍ତରୀୟ “ସୁରଭି-୨୦୨୬” ଅନୁଷ୍ଠିତ ହୋଇଯାଇଅଛି। ଏହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଗିରି ଠାରେ ଭବ୍ୟ ସମାରୋହରେ ପାଳିତ ହୋଇଅଛି । ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଜନୀ କାନ୍ତ ପ୍ରଧାନୀ, ସମ୍ମାନିତ ଅତିଥି ଭାବରେ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନତୀ ନାୟକ, ଜୋଡାଆମ୍ବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲବିତା ବଡରଇତ, ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଣ୍ଡା, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ସନାତନ ନାୟକ, ସ୍ଥାନୀୟ କଳାକାର ରୋସନ୍ ଖାନ୍ ଏବଂ ବୁଲୁ ବେହେରା, ମୂଖ୍ୟବକ୍ତା ଭାବରେ ଲଳିତ ମୋହନ ମିଶ୍ର ପ୍ରଭୃତି ନିଜ ନିଜ ବକ୍ତବ୍ୟରେ କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର “ସୁରଭି” କାର୍ଯ୍ୟକ୍ରମ ପ୍ରତିଭା ଅନ୍ଵେଷଣର ଏକ ମାଧ୍ୟମ । ଏହା କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁଡିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହିସବୁ ପ୍ରତିଯୋଗିତା ବରିଷ୍ଠ ବିତର୍କରେ ପ୍ରିୟଦର୍ଶିନୀ ମଲ୍ଲିକ, ଚନ୍ଦ୍ରଗିରି ବାଳିକା ଉଚ୍ଚ ବିଦ୍ୟାଳୟ, ସାଧାରଣଜ୍ଞାନରେ ଲିପ୍ସା ସ୍ବାଇଁ, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ, ସୃଜନଶୀଳ ଲିଖନରେ ଦୀପାଞ୍ଜଳି ମାଝୀ, ଆଶ୍ରମ ସ୍କୁଲ, ଯୁବଗାଁ ଇତ୍ଯାଦି ପୁରସ୍କୃତ ହୋଇଛନ୍ତି । ଆହୁରି ଅନେକ ବିଭାଗରେ ଛାତ୍ରଛାତ୍ରୀମାନେ କୃତିତ୍ବ ହାସଲ କରିଛନ୍ତି । ଏସବୁ କାର୍ଯ୍ୟକ୍ରମ ଚନ୍ଦ୍ରଗିରି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ନାୟକଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ରାଜ କିଶୋର ସାହୁ ଏବଂ ଏମ୍ ଦିଲ୍ଲୀପ କୁମାର । ଶାନ୍ତନୁ ନାୟକ, ଇତି ରଞ୍ଜନ ମହାପାତ୍ର, ଡି. ରିଙ୍କୁ ରାଓ ଓ ସରସ୍ଵତୀ ନାୟକ ପ୍ରଭୃତି ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ସନ୍ତୋଷ କୁମାର ମଲ୍ଲିକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । ଶେଷରେ ଜିରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତୁଷାର କାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *