ଶହୀଦ ବୀର ବାଜିରାଉତଙ୍କ ପୂଣ୍ୟତିଥିରେ ଶ୍ରାଦ୍ଧବାର୍ଷିକୀ ସମାରୋହ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଶହୀଦ ବୀର ବାଜିରାଉତଙ୍କ ପୂଣ୍ୟତିଥିରେ ବର୍ଣ୍ଣାଢ଼୍ୟ ଶ୍ରାଦ୍ଧବାର୍ଷିକୀ ସମାରୋହ -୨୦୨୬ ଅନୁଷ୍ଠିତ ! “ଭାରତ ମାଟିର ସର୍ବ କନିଷ୍ଠ ବୀର ବାଜିରାଉତଙ୍କ ତ୍ୟାଗ,ସାହସ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣାର ସ୍ରୋତ ବୋଲି କହିଛନ୍ତି ଡା.କୁଞ୍ଜ ବିହାରୀ ସାହୁ ! ମହୁଲପଡ଼ାସ୍ଥିତ ଇଶୋ ବିଶ୍ୱକୁନ୍ତଳ ଶିଶୁ ଗୃହରେ ଶିଶୁ ଓ ଛାତ୍ରୀଛାତ୍ରମାନଙ୍କ ଗହଣରେ,ଅନୁଷ୍ଠାନର ସମ୍ପାଦିକା ପୁଷ୍ପାଞ୍ଜଳି ଜେନାଙ୍କ ନେତୃତ୍ୱ,ମାର୍ଗଦର୍ଶନ ଓ ସହଯୋଗିତାରେ,ଭାରତ ବିକାଶ ପରିଷଦ,ଓଡ଼ିଶା,ଶହୀଦ ବାଜିରାଉତ୍ ଶାଖା,ଢେଙ୍କାନାଳ ପକ୍ଷରୁ ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ବରେ ବିଶ୍ବର ସର୍ବକନିଷ୍ଠ ଶହୀଦ,ଢେଙ୍କାନାଳ ମାଟିର ଗର୍ବ ଗୌରବ,ଶହୀଦ ବୀର ବାଜିରାଉତଙ୍କ ପୂଣ୍ୟତିଥିରେ ବର୍ଣ୍ଣାଢ଼୍ୟ ଶ୍ରାଦ୍ଧବାର୍ଷିକୀ ସମାରୋହ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂସ୍ଥାର ବରିଷ୍ଠ ସଦସ୍ୟ ଡା.କୁଞ୍ଜ ବିହାରୀ ସାହୁ ମୁଖ୍ୟଅତିଥି ତଥା ଅନ୍ୟତମ ବକ୍ତାଭାବେ ଯୋଗଦାନ କରି ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ଵୀୟ ବକ୍ତବ୍ୟରେ ଭାରତ ବର୍ଷ ପାଇଁ ଜୀବନକୁ ତ୍ୟାଗ କରି ଇଂରେଜମାନଙ୍କ ଗୋରା ସିପାହୀଙ୍କୁ ଭୟ ନକରି ତାଙ୍କ ଆଗରେ ଦମ୍ଭ ଦେଖାଇଥିବା ଜଣେ ସାହସୀ ବାର ବର୍ଷର ବାଳକ,ଭାରତ ମାଟିର ସର୍ବ କନିଷ୍ଠ ବୀରବାଜି ରାଉତଙ୍କ ତ୍ୟାଗ,ସାହସ ଓ ବଳିଦାନ ଆମ ସମସ୍ତଙ୍କ ପାଇଁ ଅନୁପ୍ରେରଣାର ସ୍ରୋତ।ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ନିଦର୍ଶନ ହେବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ସଂଗଠନର ସେବା ଗତିବିଧି ପ୍ରମୁଖ ନବଦୀପ ନାୟକ ସ୍ଵୀୟ ବକ୍ତବ୍ୟରେ ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର।ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଡା.ଦେବୀ ପ୍ରସାଦ ମିଶ୍ର ସଚ୍ଚିରାଉତରାୟଙ୍କ ବାଜିରାଉତଙ୍କ ସମ୍ପର୍କରେ ଗୋଟିଏ କବିତା,ଦୁଇଟି ଓଡ଼ିଆ ଓ ଇଂରାଜୀ ଚତୁର୍ଦ୍ଦଶପଦୀ ସନେଟ୍ ଆବୃତ୍ତି କରିଥିଲେ। ପ୍ରତିଷ୍ଠାତା ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ବିଶ୍ବର ସର୍ବକନିଷ୍ଠ ଶହୀଦ, ଢେଙ୍କାନାଳ ମାଟିର ଗର୍ବ ଗୌରବ,ଶହୀଦ ବୀରବାଜିରାଉତଙ୍କ ସୃତିଚାରଣ କରି ତାଙ୍କର ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାପାଇଁ ଦୃଢ଼ ଆହ୍ବାନ ଜଣାଇଥିଲେ।ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ଛଅ ବର୍ଷର ସଫଳ କାର୍ଯ୍ୟାବଳୀସବୁ ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ପରେ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରୀ,ଛାତ୍ରମାନଙ୍କୁ ନେଇ ଅନୁଷ୍ଠିତ”ଭାରତ କୋ ଜାନୋ” କୁଇଜ୍ ପ୍ରତିଯୋଗିତାର ଅଂଶବିଶେଷ ଭାବରେ ବାଜିରାଉତଙ୍କ ସଂପର୍କରେ କୁଇଜ୍ ପ୍ରଶ୍ନୋତ୍ତର କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର ଭାବେ ଡା.ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।ସଠିକ୍ ଉତ୍ତର ଦାତାମାନଙ୍କ ସହିତ ସମସ୍ତଙ୍କୁ ଚକ୍ ଲେଟ୍ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିକୃତିରେ,ଭାରତ ମାତା,ସ୍ଵାମୀ ବିବେକାନନ୍ଦ,ସର୍ବକନିଷ୍ଠ ଶହୀଦ ବାଜିରାଉତ,ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ,ଗୁରୁମା ବନ୍ଦନୀୟ ମାତା ଭଗବତୀ ଦେବୀ ଶର୍ମାଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ଓ ଛାତ୍ରୀ,ଛାତ୍ରମାନଙ୍କ ନେତୃତ୍ୱରେ ଓ ଉପସ୍ଥିତ ସଭ୍ୟ,ସଭ୍ୟମାନଙ୍କ ଦ୍ୱାରା ସମ୍ମିଳିତ ମଙ୍ଗଳାଚରଣ ଗାନ,ବନ୍ଦେ ମାତରମ୍ ଗାନ,ପରିଶେଷରେ ଶାନ୍ତିପାଠ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଶାଖା ପକ୍ଷରୁ ଉଦ୍ ଘାଟକ ତଥା ମୁଖ୍ୟଅତିଥିଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା।ଶାଖାର ସମ୍ପାଦକ ଉଷାରାଣୀ ଦାସ ସଭାର ଉଦ୍ଦେଶ୍ୟ ଜ୍ଞାପନ,ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଶ୍ବର ସର୍ବକନିଷ୍ଠ ସହୀଦ ବାଜିରାଉତଙ୍କ ପୂଣ୍ୟତିଥିରେ ବର୍ଣ୍ଣାଢ଼୍ୟ ଶ୍ରାଦ୍ଧବାର୍ଷିକୀ ସମାରୋହ -୨୦୨୬ ପାଳନ ଅବସରରେ ବାଜିଚୌକସ୍ଥିତ ସହିଦମିନାରଠାରେ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆମ ଶାଖାର ସଦସ୍ୟା,ସଦସ୍ୟ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଏକକ,ଦଳଗତ ନୃତ୍ୟ,ସଙ୍ଗୀତ ଓ ବିଶେଷ କରି ଶୁଭଙ୍କିତା ଦାସ (ସ୍ୱପ୍ନା )ଙ୍କ ଦ୍ୱାରା ଏକକ ଅଭିନୟ ପରିବେଷଣ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ତଥା ଉଚ୍ଚ ପ୍ରଶଂସିତ ହୋଇଥିଲା।ପରିଶେଷରେ ଶାଖାର ବରିଷ୍ଠା ସଦସ୍ୟା ଗୁରୁମା ସବିତା ଧୀର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାମୁହିକ ଜାତୀୟ ସଂଗୀତଗାନ ପରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା।ଶାଖାର ସଭାପତି ଇଂ.ବାବୁଚାନ୍ଦ ମହାଳିକ, ଶାଖାର ସମ୍ପାଦକ ଉଷାରାଣୀ ଦାସ,ବରିଷ୍ଠ ସଦସ୍ୟ ଡା.କୁଞ୍ଜ ବିହାରୀ ସାହୁ,ଭାରତୀୟ ସଙ୍ଗୀତ ନୀଳୟ ପକ୍ଷରୁ ଗୁରୁମା ସବିତା ଧୀର,ଅର୍ଥ ସଚିବ ସୂର୍ଯ୍ୟକାନ୍ତ ନାୟକ,ଶାଖା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ପ୍ରଶାନ୍ତ ଧଳ,ରତିକାନ୍ତ ବେହେରା,ନବଦୀପ ନାୟକ,ସମୀର ପରିଡ଼ା,ମୋନାଲିସା ମାହୁନ୍ତପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟ ଓ ମହୁଲପଡ଼ାସ୍ଥିତ ବିଶ୍ୱକୁନ୍ତଳ ଶିଶୁ ଗୃହରେ ଶିଶୁମାନଙ୍କ ଗହଣରେ,ଅନୁଷ୍ଠାନର ସମ୍ପାଦିକା ପୁଷ୍ପାଞ୍ଜଳି ଜେନାଙ୍କ ନେତୃତ୍ୱ,ମାର୍ଗଦର୍ଶନ ଓ ସମସ୍ତ ଛାତ୍ରୀ,ଛାତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଛି !

Leave a Reply

Your email address will not be published. Required fields are marked *