ନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ପି ଏମ୍ ଶ୍ରୀ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରଣପୁର,ପି ଏମ୍ ଶ୍ରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଗୋପାଳପୁର,ପି ଏମ୍ ଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ, ପି ଏମ୍ ଶ୍ରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳ ଆଦି ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରିଥିଲେ। ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ଓ ପି ଏମ୍ ଶ୍ରୀ ବିଦ୍ୟାଳୟର ସୁପରିଚାଳନା ପାଇଁ ମତ ବ୍ୟକ୍ତ କରିବା ସହ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଥିଲେ । ସରକାରୀ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୃଦୁଢ କରିବା ପାଇଁ ଅନ୍ୟ ବିଭାଗ ସହ ସହଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।ପରିଦର୍ଶନ ସମୟରେ ଶିଶୁ ବାଟିକା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲୁଥିବା ଦେଖାଯାଇଥିଲା। ଖେଳାଧାରିତ ଶିକ୍ଷା ପ୍ରଣାଳୀ ଓ ଟିଚିଂ–ଲର୍ଣ୍ଣିଂ ମେଟେରିଆଲ (ଯାଦୁ ପେଟି) ବ୍ୟବହାର ବ୍ୟାପକ ଭାବରେ ହେଉଥିବା ପରିଲକ୍ଷିତ କରି ଖୁସୀ ବ୍ୟକ୍ତ କରିଥିଲେ। ସମସ୍ତ ବିଦ୍ୟାଳୟରେ ଶିକ୍ଷଣ ସୋପାନ ରେଜିଷ୍ଟର ରଖାଯାଇଥିବା ସହ ପାଠନ ଅଭିଯାନ ଓ ରିମେଡିଆଲ ସହାୟତା ସକ୍ରିୟ ଭାବେ କାର୍ଯ୍ୟକରୀ ହେଉଥିବା ଦେଖିଥିଲେ।ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା, ଜୁନିଅର ରେଡକ୍ରସ୍ ଅଫିସର୍ ନୟାଗଡ଼ ପ୍ରତାପ କୁମାର ପରିଡ଼ା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *