ଶାରଦୀୟ ପୂଜାରେ ଓଡଗାଁ ରଘୁନାଥ ମନ୍ଦିର ଚଳଚଂଚଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଆଶ୍ଵିନ ଶୁକ୍ଳ ଦଶମୀ ତିଥି ଅର୍ଥାତ ବିଜୟା ଦଶମୀର ପବିତ୍ର ଦିବସରେ ସ୍ୱର୍ଣ୍ଣ କଳସ କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜୀଉଙ୍କ ସକାଳ ଧୂପ ବଢ଼ିବା ପରେ ପାଳିଆ ସେବାୟତମାନଙ୍କ ଦ୍ୱାରା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦ୍ବାରା ଟ୍ରେଜର ରୁ ପ୍ରଭୁଙ୍କ ଅଳଙ୍କାର ଆସିବା ପରେ ଭଣ୍ଡାର ମେକାପ ସେବାସୀ ଅଳଙ୍କାରକୁ ତଦାରଖ କରି, ସ୍ବର୍ଣ୍ଣ ବେଶ ନିମନ୍ତେ ସମସ୍ତ ଅଳଙ୍କାର ପାଟ୍ଟ ବସ୍ତ୍ର କୁ ପ୍ରଭୁଙ୍କ ପାଖକୁ ଅଣାଯାଇଥାଏ ଏବଂ ପରେ ପାଳିଆ ସେବାୟତଙ୍କ ସାଥେ ପ୍ରଭୁଙ୍କୁ ନାନା ପ୍ରକାର ଅଳଙ୍କାର ଏବଂ ପାଟ୍ଟ ବସ୍ତ୍ର ପରିଧାନ କରାଯାଏ, (ପ୍ରଭୁଙ୍କ ପାଖରେ ଲାଗି ହେଉଥିବା ସମସ୍ତ ଅଳଙ୍କାର ମାନ,ସ୍ୱର୍ଣ୍ଣ ମୁକୁଟ, କାନଫୁଲ,ନାକ ଫୁଲ, ସ୍ୱର୍ଣ୍ଣ କଙ୍କଣ, ନାନା ପଥର ଖଞ୍ଚିଲ ସ୍ୱର୍ଣ୍ଣ ଚୁଡ଼ି, ନାନା ରୌପ୍ୟ ସ୍ୱର୍ଣ୍ଣ ହାର, ରୌପ୍ୟ ପଦକ, ସ୍ୱର୍ଣ୍ଣ ପଦକ, ସ୍ୱର୍ଣ୍ଣ କମର ପଟ୍ଟି, ରୌପ୍ୟ ଶ୍ରୀ ପୟର, ରୌପ୍ୟ ତାରକସି ରାଜକୀୟ ବସ୍ତ୍ର, ଅନ୍ୟାନ୍ୟ ସ୍ୱର୍ଣ୍ଣ ଆଭୂଷଣ।) ପ୍ରଭୁଙ୍କ ସନ୍ଧ୍ୟା ଧୂପ ବଢ଼ିବା ପରେ ପ୍ରଭୁଙ୍କ ସ୍ୱର୍ଣ୍ଣ ବେଶ ଆଳତି, ମଙ୍ଗଳାର୍ପଣ, କରାଯାଇ ପ୍ରଭୁଙ୍କୁ ନାନା ପୁଷ୍ପ ହାର ଏବଂ ପାଟ୍ଟ ବସ୍ତ୍ର ପରିଧାନ କରାଯାଏ। ଏବଂ ପରେ ପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ପ୍ରଭୁ ଶ୍ରୀ ରଘୁନାଥ ରୌପ୍ୟ ଆଭୂଷଣ ପାଟ୍ଟ ଲୁଗାରେ ସୁସଜ୍ଜିତ ସ୍ୱତନ୍ତ୍ର ବିମାନରେ ବିଜେ ପରି ସ୍ୱତନ୍ତ୍ର ପଟୁଆରରେ ବିଜୟ ମଣ୍ଡପକୁ ଯାତ୍ରା କରି, ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଏବଂ ଦଶହରା ରୀତିନୀତି ସମ୍ପର୍ଣ୍ଣ କରି ବିଜୟ ଯାତ୍ରାରେ ନଗର ପରିକ୍ରମା କରି ମଧ୍ୟ ରାତ୍ରରେ ପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

Leave a Reply

Your email address will not be published. Required fields are marked *