ନୂଆ ପିତାପଡ଼ା ମଲ୍ଲିକ ସାହିରେ ଧୁମ୍‌ଧାମରେ ମା’ ଗଜଲକ୍ଷ୍ମୀ ପୂଜା !!!

Spread the love

ନିଆଳି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆ ପିତାପଡ଼ା ମଲ୍ଲିକ ସାହିରେ ଧୁମ୍‌ଧାମରେ ମା’ ଗଜଲକ୍ଷ୍ମୀ ପୂଜା, ଆକର୍ଷଣ ସାଜିଲା କଣ୍ଢେଇ ବିବାହ ! କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତର ନୂଆ ପିତାପଡ଼ା ଗ୍ରାମର ମଲ୍ଲିକ ସାହିରେ ମା’ ଗଜଲକ୍ଷ୍ମୀ ପୂଜା ଅବସରରେ ଧୁମ୍‌ଧାମରେ ଆୟୋଜିତ ହୋଇଛି ପାରମ୍ପରିକ କଣ୍ଢେଇ ବିବାହ। ଓଡ଼ିଆ ଘରର ପାରମ୍ପରିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଏହି ବିବାହ ଉତ୍ସବ ପାଳନ କରାଯାଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହି କଣ୍ଢେଇ ବିବାହରେ ବର ଭାବେ କୁମୁକୁମ ମଲ୍ଲିକ ଓ କନ୍ୟା ଭାବେ ନନ୍ଦିନୀ ମଲ୍ଲିକ ସଜ୍ଜିତ ହୋଇଥିବା ବେଳେ ଶୁଭଲକ୍ଷ୍ମୀ ମଲ୍ଲିକ ପୁରୋହିତ ଭୂମିକା ତୁଲାଇଥିଲେ। ବିବାହର ସମସ୍ତ ପାରମ୍ପରିକ ବିଧିବିଧାନକୁ ନେଇ ଉତ୍ସବଟି ବେଶ୍ ଆକର୍ଷଣୀୟ ହୋଇଥିଲା। ଉତ୍ସବରେ ନାଚଗୀତ, ଭୋଜିଭାତ ଓ ଆନନ୍ଦ ଉଲ୍ଲାସର ଆସର ଜମିଥିଲା । ଏହି ନିଆରା ଆୟୋଜନ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଶୈଶବର ନିର୍ମଳ ଆନନ୍ଦକୁ ମନେ ପକାଇ ଦେଇଥିଲା। ମା’ ଗଜଲକ୍ଷ୍ମୀଙ୍କ ପୂଜା ସହ କଣ୍ଢେଇ ବିବାହର ଏହି ଆକର୍ଷଣୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *