ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାରାଥନ୍ ଦୌଡ଼ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆଜି ଗଜପତି ଜିଲ୍ଲାର ପୋଲିସ ପକ୍ଷରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଯାଇଛି । ଗଜପତି ଷ୍ଟାଡିୟମ୍‌ଠାରୁ ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା । ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ମାରାଥନ୍ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ରେ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଯୋଗଦେଇ ଜାତୀୟ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିଥିଲେ।ରାଷ୍ଟ୍ରୀୟ ଏକତା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ଭାବନାକୁ ମଜବୁତ କରିବା। ସେହିପରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଠାରେ ଆରକ୍ଷୀ ଅଧିକ୍ଷକ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ! ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିରଞ୍ଚି ବାଗ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାଧବାନନ୍ଦ ନାୟକ, ଡିଏସ୍‌ପି ଶ୍ରୀ ଠାକୁରଦାସ ମୁର୍ମୁ , ସଦର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଓ ପୋଲିସ ଆର୍‌ଆଇ ଶ୍ରୀ ଅଭିରାମ ଖୁଣ୍ଟିଆଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *