ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ କଚେରୀ ପଡିଆରେ ପାଞ୍ଚ ଦିନ ଧରି ଆୟୋଜିତ ହୋଇଥିଲା ବାଙ୍କୀ ମହୋତ୍ସବ ! କାର୍ଯ୍ୟକ୍ରମର ବ୍ୟାପକତା ଦୃଷ୍ଟିରୁ ବିଭିନ୍ନ କ୍ଷେତ୍ର ପରିଚାଳନା ପାଇଁ ଅଲଗା ଅଲଗା କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ଦେଇଥିଲା ମହୋତ୍ସବ କମିଟି ! ମଞ୍ଚ ପାଖରେ ଗଣମାଧ୍ୟମ ସହ ସମ୍ପର୍କ ଏବଂ ତଥ୍ୟ ପ୍ରଦାନ ପାଇଁ ସାମାଜିକ କର୍ମୀ ଭାଗିରଥି ପାଣି ମିଡ଼ିଆ କୋର୍ଡିନେଟର ଦାୟିତ୍ୱ ତୁଲାଉଥିଲେ ! ତେବେ ମହୋତ୍ସବ ର କିଛି ଭିତିରି କଥାକୁ ନେଇ ପ୍ରଶ୍ନ ହେବାରୁ ଚତୁର୍ଥ ସନ୍ଧ୍ୟାରେ ବୟାନ ଦେବାକୁ ମନା କରିଥିଲେ ମିଡ଼ିଆ ସଂଯୋଜକ ! ଯାହାକୁ ନେଇ ଆମେ ଖବର ମଧ୍ୟ ପରିବେଷଣ କରିଥିଲୁ ! ହେଲେ ମହୋତ୍ସବର ଶେଷ ଦିନ , ଉଦଯାପନୀ ସନ୍ଧ୍ୟାରେ ସ୍ମାର୍ଟ ହେଲେ ବାଙ୍କୀ ମହୋତ୍ସବ ମିଡ଼ିଆ ସଂଯୋଜକ , ମିଡ଼ିଆ ବନ୍ଧୁ ଯାହା ପଚାରିଲେ ବାଇଟ ବି ଦେଲେ – ଆଉ କେତେକଙ୍କୁ ଠୁଙ୍କା ପୁରୀ ମଧ୍ୟ ଖୁଆଇଲେ ! ହେଲେ ଇଣ୍ଡିଆନ ଆଇଡ଼ଲ ଜ୍ୟୋତିର୍ମୟୀଙ୍କ ସହ ସେଲ୍ଫି ନେଇ କେତେ ଖୁସି ବୋଲି ପଚାରିବାରୁ ଲାଜେଇଯାଇ କହିଲେ – ସେଇତ ତମ ପୁରୁଣା ରୋଗ ଗଲାନି ଆଉ ! ଚଳିତ ବର୍ଷ ମହୋତ୍ସବ ମଞ୍ଚରେ ଅତିଥି ଅନୁପସ୍ଥିତ , ଲଗାଣ ବର୍ଷା ଯୋଗୁଁ ତୃତୀୟ ସଂଧ୍ୟାର କାର୍ଯ୍ୟକ୍ରମ ବନ୍ଦ , କଚେରୀ ପଡ଼ିଆର କର୍ଦ୍ଦମାକ୍ତ ଅବସ୍ଥା ଏବଂ ଅନ୍ୟ କେତେକ ଘଟଣାକୁ ନେଇ ଆଲୋଚନା ହୋଇଥିଲେ ସୁଦ୍ଧା ଶେଷ ସଂଧ୍ୟାର ଜନଗହଳି ବାର୍ତ୍ତା ପ୍ରଦାନ କଲାଯେ – ସବୁ ଆଲୋଚନା ଏବଂ ସମାଲୋଚନାର ଊର୍ଧ୍ୱରେ ବାଙ୍କୀ ର ଭାଇଚାରା ଏବଂ ପାର୍ବଣ ପ୍ରିତୀ !
ଉଦଯାପନୀ ସନ୍ଧ୍ୟାରେ ସ୍ମାର୍ଟ ହେଲେ ବାଙ୍କୀ ମହୋତ୍ସବ ମିଡ଼ିଆ ସଂଯୋଜକ : ବାଇଟ ବି ଦେଲେ – ଆଉ ଠୁଙ୍କା ପୁରୀ ଖୁଆଇଲେ !!!

