ଗଜପତିରେ ନୂଆ 120 କରୋନା ଆକ୍ରାନ୍ତ ଚିହ୍ନଟ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 120 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 68 ଜଣ, ଗୋଶାଣି ବ୍ଳକରେ 15 ଜଣ, ଗୁମ୍ମା ବ୍ଳକରୁ 9 ଜଣ, କାଶୀ ନଗର ବ୍ଳକରୁ 10 ଜଣ, ମୋହନା ବ୍ଳକରୁ 9 ଜଣ, ନୂଆଗଡ଼ ବ୍ଳକରୁ ଜଣେ, ଆର. ଉଦୟଗିରି ବ୍ଳକରୁ 3 ଜଣ, ରାୟଗଡ଼ ବ୍ଳକରୁ 4 ଜଣ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ ରୁ ଜଣେ ଗଜପତି ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି . ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ସ୍ଥାନାନ୍ତରିତ କରାଯାଇଥିବା ସମୟରେ ଅନ୍ୟ କିଛି ବ୍ୟକ୍ତି ହୋମ ଆଇସୋଲେସନରେ ଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *