ଦୁଇଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀର ଶିକ୍ଷ୍ୟା ବ୍ୟବସ୍ଥା ଅଧିକ ସମୃଦ୍ଧ ହେବ , ଡମପଡା ବ୍ଲକର ପାଥପୁର ଏବଂ ଗୟଳବାଙ୍କ ଗାଁ ରେ ଦୁଇଟି ସ୍ଥାନରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ ଅଭାଷୀ ମାଧ୍ୟମରେ ସାରା ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି | ଏହି ପର୍ଯ୍ୟାୟରେ ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କ ଏବଂ ପାଥପୁର ଗାଁ ଠାରେ ଦୁଇଟି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଏହି ଦୁଇଟି ଆଦର୍ଶ ବିଦ୍ୟାଳୟ ଆଗାମୀ ଦିନରେ ବାଙ୍କୀର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ କରିବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଦଘାଟନ ଅବସରରେ ବାଙ୍କୀର ମାନ୍ୟବର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି | ଅନ୍ୟତମ ଅତିଥି ଭାବେ ଡମପଡା ବ୍ଳକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, 38 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ,କଟକ ସାଂସଦଙ୍କ ବ୍ଳକ ପ୍ରତିନିଧି ସରୋଜ କୁମାର ମତ୍ତଗଜ ସିଂ,ବ୍ଳକ ଶିକ୍ଷ୍ୟା ଅଧିକାରୀ ଚିନ୍ମୟ କୁମାର ମହାପାତ୍ରଙ୍କ ସହିତ ଉଭୟ ପ୍ରାଥମିକ ବିଦ୍ୟାଳୟର ସଭାପତି ଏବଂ ଗ୍ରାମ ପଂଚାୟତ ଦ୍ୱୟର ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇଥିଲେ |ଆଗାମୀ ଦୁଇ ବର୍ଷ ଭିତରେ ସ୍କୁଲ ଘର ନିର୍ମାଣ ପାଇଁ ପ୍ରତି ବିଦ୍ୟାଳୟ ପିଛା ରାଜ୍ୟ ସରକାର 5 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ପାଥପୁର ସରପଞ୍ଚ ସୁରେନ୍ଦ୍ର କୁମାର ପରିଡା କହିଛନ୍ତି !

Leave a Reply

Your email address will not be published. Required fields are marked *