ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ରେ କ୍ଲଷ୍ଟର ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଦୁଇଦିନ ନଭେମ୍ବର 14 ଏବଂ 15 ତାରିଖରେ ଡମପଡ଼ା ବ୍ଲକ ଅନ୍ତର୍ଗତ ଶିମିଳିପୁର-ହରିରାଜପୁର ଆଞ୍ଚଳିକ ଉଚ୍ଚବିଦ୍ୟାଳୟ ଏବଂ ଅରପୁର ଶବରସାହି ଖେଳପଡିଆ ଠାରେ ଅନଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଳାୟ ଅଧିନସ୍ଥ କଟକସ୍ଥିତ ମାଇଁ ଭାରତ ସହାୟତାରେ ରାମଚନ୍ଦ୍ରପୁରସ୍ଥ ଗୋପବନ୍ଧୁ ସେବାସଂଗଠନ ଆନୁକୁଲ୍ୟରେ ଏହି କ୍ରୀଡା ପ୍ରତିଯୋଗିତା ରେ ଫୁଟବଲ୍, ଦୌଡ, କବାଡି ଓ ସ୍ଲୋ ସାଇକେଲ୍ ରେସ୍, ଖୋ ଖୋ ଖେଳ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାକୁ ହରିରାଜପୁର-ଶିମିଳିପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ଜୟନ୍ତୀବାଳା ଜେନା ଉଦ୍ଘାଟନ କରିଥିଲେ । ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ଓ ଗୋପବନ୍ଧୁ ସେବା ସଂଗଠନର ସଭାପତି ତ୍ରିଲୋଚନ ପ୍ରଧାନଙ୍କ ପରିଚାଳନାରେ ଏହି କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରେମାନନ୍ଦ ସାହୁ, ସନ୍ତୋଷ କୁମାର ସାମଲ, ଶଶିଭୂଷଣ ତ୍ରିପାଠୀ, ଲିପ୍ସା ପଣ୍ଡା ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭା ମାନେ କିପରି ପଢ଼ା ସହିତ ଖେଳକୁ ପ୍ରାଧାନ୍ୟ ଦେବେ, ସେ ବିଷୟରେ ବକ୍ତବ୍ୟ ରଖିଥିଲେ । କ୍ରୀଡା ଶିକ୍ଷକ କୃପାସିନ୍ଧୁ ପ୍ରଧାନ ଏବଂ ଶିକ୍ଷୟିତ୍ରୀ ରିତାଞ୍ଜଳୀ ସେଠି ଖେଳ ପରିଚାଳନା କରିଥିବା ବେଳେ ତାଳବସ୍ତର ଯୁବ କ୍ରୀଡ଼ାବିତ ସ୍ୱାଧୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


