ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସେମିଳିଗୁଡାର ଝିଅ ରୁଚିକା ଦିବ୍ୟଦର୍ଶନୀ ଇଂରାଜୀ ସ୍ନାତକରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଶ୍ରୀ ଶ୍ରୀ ୟୁନିଭରସିଟିର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଶ୍ରୀ ଶ୍ରୀ ରବିଶଙ୍କର ଠାରୁ ସ୍ବର୍ଣ୍ଣ ପଦକ ଗ୍ରହଣ କରିଛନ୍ତି।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଆୟୋଜିତ ! କାର୍ଯ୍ୟକ୍ରମ ଅବସରରେ 720 ବିଦ୍ୟାର୍ଥୀ ଙ୍କୁ ଉପାଧି ପ୍ରଦାନ ! ନରାଜ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀ ! ମୁଖ୍ୟ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ସମ୍ମାନୀତ ଅତିଥି ରୂପେ ଶ୍ରୀମତୀ ଚନ୍ଦ୍ରିକା କ୍ରିଷ୍ଣାମୂର୍ତ୍ତୀ ଟଣ୍ଡନ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମ ଅବସରରେ 450 ଜଣଙ୍କୁ ସ୍ନାତକ , 216 ଜଣଙ୍କୁ ସ୍ନାତକୋତ୍ତର , 54 ଜଣଙ୍କୁ ଡକ୍ଟରେଟ , 29 ଜଣଙ୍କୁ ସ୍ବର୍ଣ୍ଣ , 24 ଜଣଙ୍କୁ ରୌପ୍ୟ ଏବଂ 17 ଜଣଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଇଛି ! ସମାବର୍ତ୍ତନ ଉତ୍ସବରେ କୁଳସଚିବ ଶୁଭଜ୍ୟୋତି ଘୋଷ ସ୍ୱାଗତ ଅଭିଭାଷଣ ଦେଇଥିବା ସମୟରେ କୁଳପତି ପ୍ରଫେସର ଡକ୍ଟର ତେଜ ପ୍ରତାପ ବାର୍ଷିକ ବିବରଣୀ ପାଠ କରିଥିଲେ ! ବିଶ୍ବ ବିଦ୍ୟାଳୟ କୁଳାଧ୍ୟକ୍ଷ ଆଦେଶ ଗୋୟଲ ତାଙ୍କ ଅଭିଭାଷଣ ରଖିବା ସହ ସାମୁହିକ ଶପଥ ପାଠ କରାଯାଇଥିଲା ! ଶେଷରେ ବନ୍ଦେ ମାତରଂ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା !

କାର୍ଯ୍ୟକ୍ରମ ଅବସରରେ ରୁଚିକା ଦିବ୍ୟଦର୍ଶନୀ ପଣ୍ଡାଙ୍କ ଷଷ୍ଠ ପୁସ୍ତକ ରାଇମିସ ଉଇଥ ଚିମ୍ସ ପୁସ୍ତକକୁ ଶ୍ରୀ ଶ୍ରୀ ରବିଶଙ୍କର ଉନ୍ମୋଚନ କରିଛନ୍ତି। କଠିନ ପରିଶ୍ରମ ଓ ଅଧ୍ୟବସାୟ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି ବୋଲି ରୁଚିକା କହିଛନ୍ତି | ରୁଚିକାଙ୍କ ମାଆ ରେଣୁବାଳା ହୋତା ଦେଓମାଳି ପବ୍ଲିକ ସ୍କୁଲରେ କାର୍ଯ୍ୟ କରୁଥିବା ବେଳେ ବାପା ବୃନ୍ଦାବନ ପଣ୍ଡା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି।

