ଯୁବ ଓ ଭବିଷ୍ୟତର ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସହ ଯୋଡ଼ିବା ଏବଂ ସଚେତନ କରାଇବା ପାଇଁ କାର୍ଯ୍ୟକ୍ରମ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ୱର ପଟ୍ଟନାୟକ : ଭାରତୀୟ ନିର୍ବାଚନ ଆୟୋଗଙ୍କ (SVEEP – Systematic Voters’ Education and Electoral Participation) କାର୍ଯ୍ୟକ୍ରମ ଅନ୍ତର୍ଗତ ଭୋଟର ସାକ୍ଷରତା କ୍ଲବ୍ ଆନୁକୂଲ୍ୟରେ ୬୦-ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତାର ଶ୍ରେଷ୍ଠ ୧୦ ଜଣ ମନୋନୀତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଯୁବପିଢ଼ି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନିର୍ବାଚନ ପ୍ରକ୍ରିୟା ଏବଂ ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରାଯାଇଥିଲା। ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ଶ୍ରେଷ୍ଠ ୧୦ ଜଣ ପ୍ରତିଭାଗୀଙ୍କୁ ଚୟନ କରାଯାଇ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଯୁବ ଭୋଟରମାନେ ନିଜେ ସଚେତନ ହେବା ସହ ନିଜ ପରିବାର ଓ ସମାଜରେ ଶତପ୍ରତିଶତ ମତଦାନ ପାଇଁ ଲୋକଙ୍କୁ ପ୍ରେରିତ କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ନିର୍ବାଚନ ବିଭାଗୀୟ ଅଧିକାରୀ, ଇ.ଏଲ.ସି ନୋଡାଲ ଅଫିସର ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *