ସାମ୍ବାଦିକଙ୍କୁ ଫୁଲବାଣୀ ଟାଉନ ଥାନା ସବ-ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପି ଙ୍କୁ ଦାବିପତ୍ର !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଚଳିତ ମାସ ୧୯ ତାରିଖ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆ ର ସାମ୍ବାଦିକ ଙ୍କୁ ଗାଳି ଗୁଲଜ କରିବା ସହ ସମସ୍ତ ସାମ୍ବାଦିକ ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା କୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି ।

ରାଜ୍ୟ ସରକାର ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିବା ବେଳେ ଜଣେ କାର୍ଯ୍ୟରତ ପୁଲିସ ଅଧିକାରୀ ଏଭଳି ମନ୍ତବ୍ୟକୁ ନେଇ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ନେତୃତ୍ୱରେ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀ ଙ୍କ ଜରିଆରେ କନ୍ଧମାଳ ଏସପି ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି କନ୍ଧମାଳ ଏସପି ଏ ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ଦାବୀପତ୍ର ପ୍ରଦାନ ବେଳେ ସାମ୍ବାଦିକ ମନୋରଂଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ପବିତ୍ର ଦିଗାଲ, ସତ୍ୟ ନାରାୟଣ ପଣ୍ଡା ଓ ଧର୍ମପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *