କୋଭିଡ ପାଇଁ ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ !!!

0
269

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ବର୍ତ୍ତମାନ ସାରା ବିଶ୍ୱରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ପ୍ରଭାବ ଏତେ ଭୟଙ୍କର ରୂପ ନେଇଛି ଯେ , ପ୍ରତ୍ୟେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ ଭଳି ଭୟଙ୍କର ମହାମାରୀ ଠାରୁ କିଭଳି ବର୍ତ୍ତିବାକୁ ହେବ ଏହାକୁ ଲକ୍ଷ୍ୟରଖି ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ । ଏହି ପରିପେକ୍ଷୀରେ ଅଟୋ ଆମ୍ବୁଲାନ୍ସ ଭଳି ସେବା ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଯଥା – ରେଙ୍ଗାଳି, କୁଳୁମା, ବାଲିପସି ଓ ବଜ୍ରକୋଟ ଅଞ୍ଚଳ ବାସୀଙ୍କ ପାଇଁ ଆରମ୍ଭ କରାଯାଇଛି । ଏହି ସେବା ଶୁଭାରମ୍ଭ ସମୟରେ ରେଙ୍ଗାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମୀତା ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ରେଙ୍ଗାଳି ଗ୍ରାମପଞ୍ଚାୟତର କୋଭିଡ ଭଲିଣ୍ଟିୟର ବିଶ୍ଵଜିତ୍ ଧୀର ଓ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଅଟୋ ଚାଳକ କନ୍ଦର୍ପ ସାମଲ ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ଜନସାଧାରଣଙ୍କ ଅବଗତି ନିମନ୍ତେ ଅଟୋ ସେବା ନମ୍ବର 7894708796 ରେ ଯୋଗାଯୋଗ କରିବା ପାଇଁ ରେଙ୍ଗାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here