ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗାଦି ଛାଡିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗାଦି ଛାଡିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ କରିଛି C P I (ml) Liberation । କେନ୍ଦ୍ର ସରକାରଙ୍କ କୋଭିଡ-19 ମହାମାରୀ ମୁକାବିଲାର ବିଫଳତା ଏବଂ ବୈଜ୍ଞାନିକ ଓ ଡାକ୍ତର ମାନଙ୍କ ଅବମାନନା କରିବା ଫଳରେ କୋରନାର ଦିତୀୟ ଲହରୀରେ ମୃତ୍ୟୁର ସୁନାମୀ ଆସୁଛି। ସହରଠାରୁ ଗ୍ରାମାଞ୍ଚଳକୁ କରୋନା ପ୍ରଚଣ୍ଡ ଗତିରେ ଆଗେଇ ଚାଲିଛି। ଏହି ସବୁ ଘଟଣା ପାଇଁ B. J. P ସରକାରକୁ ଦାୟୀ କରିଛି C P I (ml) Liberation । ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ରେ ବିଭିନ୍ନ ଦାବି ରଖିଛି C P I । 1 : B.J.P ହଟାଓ ଦେଶ ବଞ୍ଚାଓ, ମୋଦି, ହର୍ଷବର୍ଦ୍ଧନ, ଅମିତ୍ ଶାହା ଗାଦି ଛାଡ, 2 : ଦେଶରେ ଟୀକା ଅଭାବ ବେଳେ ବିଦେଶକୁ ଟୀକା ପଠାଇବାର କାରଣ ଜବାବ, 3: କରୋନାରେ ମୃତ୍ୟୁ ବରଣ କରିବା ବ୍ୟକ୍ତି ମାନଙ୍କୁ 10 ଲକ୍ଷ ଟଙ୍କା ପ୍ରଦାନ, 4: ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରେ କୋଭିଡ ସେଣ୍ଟର ସହ ଆମ୍ବୁଲାନ୍ସ, ICU, ଅକ୍ସିଜେନ ପ୍ରସ୍ତୁତ କରି ଟୀକା ଦେବାର ବ୍ୟବସ୍ଥା, 5: ରାଷ୍ଟ୍ରୀୟ ହେଲଥ୍ ଇମର୍ଜେନ୍ସିକୁ ମାନି ସରକାର ସମସ୍ତଙ୍କ ପାଇଁ ମୁକ୍ତରେ ଟୀକା, ଟୀକା, ଯାଂଚ ସହ ମଧ୍ୟବିତ୍ତ ପରିବାରଙ୍କୁ 7500 ଟଙ୍କା ଲେଖାଏଁ ପ୍ରଦାନ, 6 : ସମସ୍ତଙ୍କ ରାସନକାର୍ଡ ଧାରୀ ଏବଂ ଶ୍ରମିକ ଚାଷୀମାନଙ୍କୁ 35 କେଜି ଚାଉଳ ସହ 5 ହଜାର ଟଙ୍କା, 7: ସମସ୍ତ ମନରେଗା କାମ କରୁଥିବା ଶ୍ରମିକ ମାନଙ୍କୁ ପଚାଶ ଦିନର ମଜୁରୀ ସହ 3 ମାସର ଖାଦ୍ୟ ସମାଗ୍ରୀ ଯୋଗାଇ ଦିଆଯାଉ, 8 : ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ନେଇଥିବା ରୁଣର ସୁଧ ଛାଡ଼ କରାଯାଉ।, 9 :ସରକାରୀ ବିଦ୍ୟାଳୟରେ ପାଠ ପଢିବା ପିଲାମାନଙ୍କୁ ସ୍ମାର୍ଟଫୋନ ଏବଂ ଅନଲାଇନ୍ ରେ ପାଠ ପଢିବାର ସୁବିଧା ଯୋଗାଇ ଦିଆଯାଉ।, 10 : ସମସ୍ତ ଛାଷି ମାନକଂର ଧାନ ବିକ୍ରୟ କରିବା ପାଇଁ ମଣ୍ଡୀ ଠିକ୍ କରାଯାଉ ଭଳି ଦାବି ରଖିଛି C P I ।

Leave a Reply

Your email address will not be published. Required fields are marked *