ଆୱାଜ ମିଡ଼ିଆ ( କଟକ ବ୍ୟୁରୋ ) – ପ୍ରଶାନ୍ତ କର : କଳାପଥର ଓ ଏହାର ଆଖପାଖ ଅଞ୍ଚଳରୁ 47 କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆତଙ୍କ . ଗତ 20 ତାରିଖରେ କଳାପଥର ସହଶିକ୍ଷା ବିଦ୍ୟାଳୟ ଏବଂ ନିକଟସ୍ଥ ଲେମ୍ବେଇ ଗ୍ରାମରେ ସାମୁହିକ ଭାବରେ ଲୋକମାନଙ୍କର କୋଭିଡ ପରୀକ୍ଷା କରାଯାଇଥିଲା .ପଜିଟିଭ ରିପୋର୍ଟ ଅନୁଯାୟୀ କଣ୍ଟ୍ରାକଟ ଟ୍ରେସିଙ୍ଗ କରାଯିବା ପରେ 47 ଜଣଙ୍କର ପଜିଟିଭ ଥିବାର ସୂଚନା ମିଳିଅଛି . ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଆକ୍ରାନ୍ତମାନଙ୍କୁ କୋଭିଡ କେୟାର ସେଣ୍ଟରକୁନେବା ପାଇଁ ବ୍ୟବସ୍ଥା ଚାଲିଅଛି . ତେବେ ଦୁଇ ଦିନ ତଳେ ପଜିଟିଭ ରିପୋର୍ଟ ଆସିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାମର କୌଣସି ସ୍ଥାନକୁ ସାନିଟାଇଜ କରାଯାଇ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି .
କଳାପଥରରେ କରୋନା ଆତଙ୍କ !!!!

