ଚାରିଦିନ ପରେ ନିଖୋଜ ଯୁବକ ର ମୃତଦେହ ଉଦ୍ଧାର !!!

Spread the love

ଆୱାଜ ମିଡ଼ିଆ ( କଳାହାଣ୍ଡି ବ୍ୟୁରୋ ) – ତୁଳସୀରାମ ଛତ୍ରିଆ : ଗତ ଶନିବାର ଦିନ କେନାଲରେ ଭାସି ନିଖୋଜ ଯୁବକର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରାଣିବାହଲ ଗ୍ରାମର ଜଣେ ଯୁବକ ଲକ୍ଷ୍ମଣ ରାଉତ (୨୨)ଗତ ଶନିବାର ଦିନ ଶୌଚ ପାଇଁ ଗାଁ ନିକଟରେ ଥିବା ଟେରଲେଶ୍ କେନାଲକୁ ଯାଇଥିଲେ . ହେଲେ ସେ କେନାଲର ପ୍ରଖର ସ୍ରୋତରେ ଭାଷି ଯାଇଥିବା ଜଣାପଡିଥିଲା। ନିଖୋଜ ଯୁବକକୁ ଖୋଜିବା ପାଇଁ ଓଡ୍ରାଫ ଟିମ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।ପରେ ମୁଖୀଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳବିଦ୍ୟୁତ କେନ୍ଦ୍ରର ପାଣି ବନ୍ଧ କରି ଖୋଜି ଥିଲେ ମଧ୍ୟ ଯୁବକ ପତା ମିଳିନଥିଲା। ପାଣି ସମ୍ପୁର୍ଣ୍ଣ କମିବା ପରେ ଆଜି ଚାରିଦିନ ପରେ ମଙ୍ଗଳପୁର ଡ୍ୟାମ ଗେଟ ନିକଟରୁ ଯୁବକର ମୃତଦେହ ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। । ତାଙ୍କ ମୃତ ଦେହକୁ ଜୟପାଟଣା ପୋଲିସ ଜବତ କରି ବ୍ୟବଛେଦ ପାଇଁ ଜୟପାଟଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।

Leave a Reply

Your email address will not be published. Required fields are marked *