ଜିଲ୍ଲା ପ୍ରଶାସନ ଅନୁମତି ପରେ ବେଶ ଆନନ୍ଦିତ ସିଲୋ ନବଗ୍ରାମବାସୀ

0
385

କଟକ (ଆୱାଜ ମିଡ଼ିଆ) – ସଞ୍ଜୟ ଚକ୍ରବର୍ତ୍ତୀ : ଦିନକୁ ଦିନ ମହାମାରୀ କରୋନାର ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଶାରଦୀୟ ଦୁର୍ଗାପୂଜା ପାଳନକୁ ନେଇ ଦେଖା ଦେଇଥିଲା ଆଶଙ୍କା . ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପୂଜାକୁ ଅନୁମତି ମିଳି ନଥିଲା । ଏହି ଖବର ପ୍ରଚାର ହେବା ପରେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଦେଖି ପୁନର୍ବାର ନିଷ୍ପତି ଗ୍ରହଣ କରିଥିଲା ପ୍ରଶାସନ . ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବକୁ ଦେଖି ପୂର୍ବ ନିଷ୍ପତ୍ତିକୁ ବଦଳାଯାଇ ସମସ୍ତ ପୂଜାମଣ୍ଡପରେ ବିନା ଜନସମାବେଶରେ ଦୁର୍ଗାପୂଜା ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।ଏହାଶୁଣିବା ପରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଥିଲା କଟକ ଜିଲ୍ଲାର ସିଲୋ ନବଗ୍ରାମରେ . ଏହି ପୂଜାମଣ୍ଡପରେ ପୂଜାପାଇଥାନ୍ତି ସିଲୋ ଦୁର୍ଗା । ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଅଛି ଯେ ମା’ଙ୍କ ପାଖରେ ଥରେ ଯାହା ମାନସିକ କର ତାହା ନିଶ୍ଚୟ ମିଳେ . ଆଜକୁ ପାଞ୍ଚଶହ ବର୍ଷ ପୁର୍ବରୁ ଏହି ସିଲୋ ନବଗ୍ରାମରେ ଦୁର୍ଗାପୂଜା ମଣ୍ଡପରେ ପୂଜାପାଇ ଆସୁଛନ୍ତି ମା ଜଗତଜନନୀ । ଏହି ମଣ୍ଡପରେ ଏକ ବିଶେଷତ୍ୱ ହେଉଛି ଶାରଦୀୟ ପୂଜାରେ ଦଶମୀଦିନ ମା ପୂଜା ପାଇ ରାତିରେ ବିସର୍ଜନ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here