ନୟାଗଡରେ ସ୍ୱାୟତ୍ତ ଶାସନ ଦିବସ ପାଳିତ !!

Spread the love

ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାର ପରିଷଦ ପକ୍ଷରୁ ନିରାଡମ୍ବର ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି । ସକାଳୁ ନୟାଗଡ଼ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ନିର୍ବାହୀ ଯନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ । ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାପାଳଙ୍କ ସଭାପତିତ୍ବରେ ଆୟୋଜିତ ଏକ ଭର୍ଚୁଆଲ ସଭା ମାଧ୍ୟମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାମାରୀ କରୋନା ସମୟରେ ପୈାର ପରିଷଦର କାର୍ଯକୁ ପ୍ରଶଂସା କରିଥିବା ସମୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଏହି ଦିବସର ମହତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ୬୫ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ କ୍ଷୁଦ୍ର ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ର ଓ ୫୫ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଶୁଖିଲା ବର୍ଜ୍ୟବସ୍ତୁ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *