ରାଜକନିକାର ବିଜେପି ର ମିଶ୍ରଣ ପର୍ବ !!

0
305

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି . ଆଳି ଓ ରାଜକନିକା ଦୁଇଗୋଟି ବ୍ଲକର ଶତାଧିକ କର୍ମୀ କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିରେ ମିଶିଛନ୍ତି ! ବିଜେପି ର ଏହି ମିଶ୍ରଣ ପର୍ବରେ ରାଜକନିକା ବ୍ଲକ ନମତରା ପଞ୍ଚାୟତ ପାଟଣା ହରିଜନ ସାହିରୁ 53 ଜଣ ଓ ଆଳି ବ୍ଲକ କଳସପୁର ପଞ୍ଚାୟତ ଆୟତପୁର ଗ୍ରାମର ଏକ ନମ୍ବର, ଦୁଇ ନମ୍ବର ଓ ପନ୍ଦର ନମ୍ବର ୱାର୍ଡର 67ଜଣ କର୍ମୀ ବିଜେପିରେ ଯୋଗଦାନ କରି ଆଳି ବିଜେପି ରେ ଏକ ନୂଆ ଫର୍ଦ ଯୋଡ଼ିଛନ୍ତି ! ଏହି ମିଶ୍ରଣ ପର୍ବକୁ କୃଷ୍ଣଚନ୍ଦ୍ର ପଣ୍ଡା ଙ୍କ ପୂର୍ଣ୍ଣ ସହଯୋଗ ସହ ଭାରତୀୟ ଜନତା ପାର୍ଟି ର କେନ୍ଦ୍ରାପଡ଼ା ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଭକ୍ତବନ୍ଧୁ ମିଶ୍ର ଙ୍କ ନେତୃତ୍ୱରେ ଶତାଧିକ ଲୋକମାନେ ବିଜେପିରେ ସାମିଲ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ମୋଦିଜୀ ଙ୍କୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି ! ମିଶ୍ରଣପର୍ବ ଶେଷରେ ବନ୍ୟା ପ୍ଲାବିତ ବାସଗୃହ ଛାଡି ରାସ୍ତା କଡରେ ପାଲଟାଣି ରହୁଥିବା ପ୍ରଧାନପଡା ପଂଚାୟତର ବାଲିସାହି ଗ୍ରାମରେ କୃଷ୍ଣଚନ୍ଦ୍ର ପଣ୍ଡା ପହଂଚି ସେମାନଙ୍କର ବନ୍ୟା କ୍ଷତି ଦୁଃଖ ଦୁର୍ଦଶା ବିଷୟରେ ପଚାରି ବୁଝିଥିଲେ ! ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି !

LEAVE A REPLY

Please enter your comment!
Please enter your name here