ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 29 କରୋନା ପଜିଟିଭ ଚିହ୍ନଟ ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା .ଜିଲ୍ଲା ଅନ୍ତର୍ଗତ ଗୋଶାଣି ବ୍ଲକରୁ 4 ଜଣ, ଗୁମ୍ମା ବ୍ଳକରୁ ଜଣେ,କାଶୀ ନଗର ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ 8 ଜଣ, ମୋହନା ବ୍ଲକରୁ 9 ଜଣ, ନୂଆଗଡ ବ୍ଲକରୁ 2 ଜଣ, ଆର ଉଦୟଗିରି ବ୍ଳକ 3ଜଣ,ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ଼ ହସ୍ପିଟାଲ / କୋଭିଡ଼ କେୟାର ସେଣ୍ଟରକୁ ପଠା ଯାଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।