ମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସମୂହ ଦୀପ ପ୍ରଜ୍ଜଳନ !!!

Spread the love

ନୟାଗଡ (ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼.ଅରୁଣ ସାହୁଙ୍କର ଆଶୁ ଆରୋଗ୍ୟ କାମନା କରି ନଡ଼ିଆଳି ଗ୍ରାମ ପଞ୍ଚାୟତରେ ବାବା ବାଲୁଙ୍କେଶ୍ୱର ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା . ସମଗ୍ର ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଅନେକ ରାଜନୈତିକ ବ୍ୟକ୍ତି କରୋନା ଆକ୍ରାନ୍ତ ହେଲେଣି . ତେବେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁଙ୍କ ଆରୋଗ୍ୟ କାମନା କରି ତାଙ୍କର ସମର୍ଥକ ଓ ଶୁଭେଛୁ ମାନେ ଦୀପ ଜାଳି ବାବା ବାଲୁଙ୍କେଶ୍ଵରଙ୍କ ପାଖରେ ପ୍ରାଥନା କରିଥିଲେ . ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ବ୍ୟକ୍ତି ଉପସ୍ଥିତ ରହିଥିବା ସମୟରେ ସୁଦର୍ଶନ ବେହେରା. କାହ୍ନୁ ଚରଣ ପ୍ରଧାନ. ରଞ୍ଜନ କୁମାର ବରାଡ଼ . କୀର୍ତନ ପ୍ରଧାନ. ସାଧୁ ବରାଡ଼, ଆଲୋକ ବରାଡ଼ ପ୍ରମୁଖ ଯୋଗ ଦେଇଥିଲେ .

Leave a Reply

Your email address will not be published. Required fields are marked *