ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ପୁଲିସ ସର୍କଲ ମଧ୍ୟରେ କାର୍ଯ୍ୟରତ ଅଧିକାରୀ ମାନଙ୍କର ବଦଳି ଆଦେଶ ପ୍ରଦାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର . ଜିଲ୍ଲା ପୁଲିସ ମୁଖ୍ୟାଳୟ ଚିଠି ନଂ – 1097 ଅନୁଯାୟୀ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ଅନ୍ୟ ଥାନାକୁ ବଦଳି କରାଯାଇଛି . ଇଟାମାଟି ଥାନା ଶରତ ଚନ୍ଦ୍ର ପାତ୍ରଙ୍କୁ ନୂଆଗାଁ ଥାନାକୁ , ନୂଆଗାଁ ଥାନାରେ କାର୍ଯ୍ୟରତ ଅଧିକାରୀ ମନୋରମ ମଲ୍ଲିକଙ୍କୁ ଆଇୟୁସିଏଡବ୍ଲ୍ୟୁ ଇନ୍ସପେକ୍ଟର ଭାବରେ , ଦଶପଲ୍ଲା ଥାନାଧିକାରୀ ବିଶ୍ବଜିତ ରାଉତରାୟଙ୍କୁ ଖଣ୍ଡପଡ଼ା ଥାନାକୁ , ଖଣ୍ଡପଡ଼ା ଥାନାଧିକାରୀ ବିମଲ ମଲ୍ଲିକଙ୍କୁ ଶରଣକୁଳ ଥାନାଧିକାରୀ ଭାବରେ ବଦଳି କରାଯାଇଛି . ଶରଣକୁଳ ଥାନାଧିକାରୀ କିରଣ ହେମ୍ବ୍ରମଙ୍କୁ ଦଶପଲ୍ଲା ଥାନା , ଚାନ୍ଦପୁର ଥାନାଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ରଣପୁର ଥାନା , ରଣପୁର ଥାନାଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କୁ ଚାନ୍ଦପୁର ଥାନାଧିକାରୀ ଭାବରେ ବଦଳି କରାଯାଇ ଥିବାର ସୂଚନା ମିଳିଛି . ଜିଲ୍ଲାର ଶ୍ରେଷ୍ଠ ଅଧିକାରୀ ଭାବରେ ପୁରସ୍କୃତ ଗଣିଆ ଥାନାଧିକାରୀ ଙ୍କୁ ଇଟାମାଟି ଥାନାଧିକାରୀ ଭାବରେ ଏବଂ କଣ୍ଟିଲୋ ଫାଣ୍ଡି ଅଧିକାରୀ ଜେପି ପରିଡାଙ୍କୁ ଗଣିଆ ଥାନାଧିକାରୀ ଭାବରେ ବଦଳି କରାଯାଇଛି . ଜିଲ୍ଲାରେ ଗୋଟିଏ ଥରରେ ଏତେ ସଂଖ୍ୟକ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳି ନେଇ ଲାଗି ରହିଛି ଚର୍ଚ୍ଚା .