ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ଭାରତରେ ପୃଥିବାର ସ୍ଥଳ ଭାଗ ମଧ୍ୟରୁ ମାତ୍ର ୨.୪ % ଅଞ୍ଚଳ ରହିଥିବା ବେଳେ ପୃଥିବୀର କନସଂଖ୍ୟାର ୧୬.୭ % ଲୋକ କେବଳ ରାଇତରେ ରହୁଛନ୍ତି । ବର୍ତ୍ତମାନ ଦେଶରେ ୧୩୮ କୋଟି ନାଗରିକ ବାସ କରୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ସ୍ଥାନ ମିଳିବା କଷ୍ଟକର ହେଲାଣି । ରାଜଧାନୀ ଦିଲ୍ଲୀର ବାସୀନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି । ପାନୀୟଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଭରା ହୋଇଛି ।
ବିସ୍ପାରିତ ଜନସଂଖ୍ୟା ଯୋଗୁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟବରଣ ନ ହେଉଛି । ଚାଷ ଜମିର ଅଭାବ ପରିଲକ୍ଷିତ ହେଲାଣି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । କୁପୋଷଣ , ଖାଦ୍ୟାଭାବ , ଗମନାଗମନ ଅସୁବିଧା , ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୨୩.୬ ପ୍ରତିଶତରେ ପହଞ୍ଚିଲାଣି । ପ୍ରତ୍ୟେକ ମିନିଟ୍ରେ ଆମ ଦେଶରେ ୫୦ଜଣ ପିଲା ଜନ୍ମ ଗ୍ରହଣ କରୁଛନ୍ତି । ପ୍ରତି ଘଣ୍ଟାରେ ୩୦୦୦ ଏବଂ ପ୍ରତ୍ୟେକ ଦିନ ୭୨୦୦୦ ଜଣ ନବଜାତ ପିଲା ଜନ୍ମ ହେଉଥିବାବେଳେ ମାସିକ ୨,୬୦,୦୦୦ ନବଜାତ ଶିଶୁ ଜନ୍ମ ନେଇଛନ୍ତି ଅର୍ଥାତ୍ ଆମ ଦେଶରେ ବାର୍ଷିକ ୨,୬୦,୦୦୦ ବେକାରୀ ସୃଷ୍ଟି ହେଉଛନ୍ତି । ଯଦି ଏହି ହିସାବରେ ଆମ ଦେଶର ଜନ୍ମହାର ବୃଦ୍ଧି ପାଏ ତେବେ ଆସନ୍ତା । ୨୦୪୦ ମସିହା ବେଳକୁ ଦେଶର ଜନସଂଖ୍ୟା ୨ଶହ କୋଟି ୪୦ ଲକ୍ଷରୁ ଅଧିକ ହେବ । ସେତେବେଳେ ଏତେ ବଡ ଜନସଂଖ୍ୟା ବାସଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବା ଅସମ୍ଭବ ହେବ । ପାନୀୟ ଜଳ ମିଳିବ ନାହିଁ । ଜଙ୍ଗଲ ନଷ୍ଟ ହୋଇ ପର୍ଯ୍ୟବରଣ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯିବ । କୁପୋଷଣ , ଅପରାଧ , ଆତଙ୍କବୀଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବ । ସ୍ବାସ୍ଥ୍ୟ , ଶିକ୍ଷା , ଖାଦ୍ୟ ଯୋଗାଇବା କିମ୍ବା ବ୍ୟବସ୍ଥା କରିବା । ସାଧାରଣ ଜନତା କିମ୍ବା ଯେକୌଣସି ନିର୍ବାଚିତ ସରକାର ପକ୍ଷରେ ସମ୍ପୂର୍ଣ୍ଣ ଅସମବଳ ହୋଇପଡିବ । ଦେଶରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ।
ଏଣୁ ଆଗାମୀ ଦିନରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଆମ ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା । ସମାଧାନ ଫାଉଣ୍ଡେସନ୍ ଢେଙ୍କାନାଳ ଜିଲ୍ଲା ତରଫରୁ ଦୃଢ ଦାବି କରାଯାଇଛି । ସବୁ ନାଗରିକମାନେ ନିଜକୁ ଦୁଇଟି ସନ୍ତାନରେ ସୀମିତ ରଖୁବାକୁ ବାଧ୍ୟ ହେବେ । ଯଦି କୌଣସି ନାଗରିକ ପ୍ରଣୀତ ଆଇନ୍ ଅମାନ୍ୟ କରି ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେମାନଙ୍କ ପ୍ରତି କଠୋର ଦଣ୍ଡର ବ୍ୟବସ୍ଥା ହେଉ । ଆଇନ୍ ଅମାନ୍ୟକାରୀଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ସହ ସେମାନଙ୍କର ନାଗରିକତା ସମାପ୍ତି କରିବାକୁ ଆଇନରେ ବ୍ୟବସ୍ଥା ହେଉ ଏ ସହ ଆଇନ୍ ଅମାନ୍ୟକାରୀଙ୍କୁ ଦଶ ବର୍ଷର କାରାଦଣ୍ଡରେ ବ୍ୟବସ୍ଥା ସାଙ୍ଗକୁ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରିବାକୁ ଦୃଢ ଦାବି କରିଛନ୍ତି ।