ଅର୍ଥ ସାଜିଛି ଚିକିତ୍ସାରେ ବାଧକ !!!

0
256

ଜଗତସିଂହପୁର (ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗ୍ରାମ ପଂଚାୟତର ସରକାରୀ ସାହି ଗ୍ରାମର ସୁରେନ୍ଦ୍ର ଭୋଇଙ୍କ ଝିଅ ସରିତା ଭୋଇ ଯିଏ କି ଦୀର୍ଘଦିନରୁ ଅଜଣା ଚର୍ମରୋଗରେ ପିଡୀତ ହୋଇଛନ୍ତି । ସୁରେନ୍ଦ୍ର ଭୋଇ ପେଷାରେ ଜଣେ ଦିନ ମଜୁରିଆ । ସଂସାର କହିଲେ ପାଞ୍ଚ ପ୍ରାଣୀର କୁଟୁମ୍ଭ । ତିନିଝିଅ ଓ ବାପା ମା କୁ ନେଇ ସଂସାର । ମୂଲ ମଜୁରୀ ଲାଗି ପେଟ ପୋଷିବା କଷ୍ଟକର ହୋଇଥିବା ସମୟରେ ଝିଅର ଚିକିତ୍ସା ପାଇଁ ପାଖରେ ନାହିଁ ସମ୍ବଳ . ବିଶ୍ୱ ମହାମାରି କରୋନା ପାଇଁ ଲକଡ଼ାଉନ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଏଠି ଜୀବିକା ପାଇଁ ଜୀବନ ସଂକଟରେ ଅଛନ୍ତି ସୁରେନ୍ଦ୍ରଙ୍କ ପରିବାର । ବର୍ତମାନ ରୋଜଗାର ନ ଥିବା ବେଳେ ଦାଉ ସାଜିଛି ରୋଗର କଷଣ । ଝିଅର ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ସୁରେନ୍ଦ୍ର . ରୋଗଗ୍ରସ୍ତ ଝିଅଟିର ଚିକିତ୍ସା ପାଇଁ କିଛି ସାମାଜିକ କର୍ମୀ ସହାୟତାର ହାତ ବଢ଼ିଥିବା ସମୟରେ ସାମାଜିକ ଗଣମାଧ୍ୟମ ଏବଂ ଟୁଇଟର ଜରୀଆରେ ସରକାରଙ୍କୁ କରିଛନ୍ତି ନିବେଦନ .

LEAVE A REPLY

Please enter your comment!
Please enter your name here