ପିତୃପକ୍ଷରେ ପନିପରିବା ଦର ଆକାଶ ଛୁଆଁ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିତୃପକ୍ଷ ପାଳନ ଚାଲିଥିବା ବେଳେ ପନିପରିବା ଦର ହୋଇଛି ଆକାଶଛୁଆଁ . ରୋଷେଇ ପାଇଁ ହେଉ କିମ୍ବା ସଞ୍ଚ। ଦେବାପାଇଁ ହେଉ ପିତୃପକ୍ଷ ଶ୍ର।ଦ୍ଧ ବେଳେ ଅଧିକା ପନିପରିବା ଆବଶ୍ୟକ ହୁଏ . ପନିପରିବା ଚାହିଦାକୁ ଦେଖି ବର୍ତ୍ତମାନ ସ୍ଥିତିରେ ପାରଳାଖେମୁଣ୍ଡି ବଜାରରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଆଳୁ କେଜି 35, ପିଆଜ 25, ଟମାଟୋ 60, ବିନ୍ସ 80, କଲରା 40, ଜହ୍ନି40, ସାରୁ 40, ବୋଇତି କଖାରୁ 40, ମୂଳା40, ଦେଶୀକାଙ୍କଡ଼ 120, ଭେଣ୍ଡି40, ବାଇଗଣ 40, ପୋଟଳ80, ମୁନିକା 80, କନ୍ଦମୂଳ80 ଟଙ୍କା ଦରରେ ବିକ୍ରି ହେଉଛି . ବଜାରରେ କେଜି ପିଛା ମୂଲ୍ୟ ବଢ଼ିଥିଲେବି ଆବଶ୍ୟକ ଥିବାରୁ ଲୋକେ ବାଧ୍ୟ ହୋଇ ପରିବା କିଣୁଛନ୍ତି .ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ ସାଧାରଣ ଖାଉଟି ପନି ପରିବା କିଣିବାକୁ କଷ୍ଟକର ହୋଇ ପଡିଛି। ସାଧାରଣତଃ ମଧ୍ୟବିତ୍ତ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି . ବଜାରକୁ ଗଲେ 500ଟଙ୍କାରେ ବ୍ୟାଗ ମଧ୍ୟ ଭର୍ତ୍ତି ହେଉନାହିଁ। ସାଧାରଣତଃ ଲୋକେ କେଜିଏ ବଦଳରେ ପାଏ ଅଧ କେଜିରେ କାମ ଚଳାଉଛନ୍ତି। ଏପରିକି ବଜାରରେ ମାପ ଓଜନରେ ମଧ୍ୟ ଗ୍ରାହକଙ୍କୁ ଠକାଯାଉଛି . ମୂଲ୍ୟବୃଦ୍ଧି ସାଙ୍ଗକୁ ମାପ ଓଜନରେ ଠକେଇ ଖାଉଟିଙ୍କ ପାଇଁ ସାଜିଛି ବେଡି ଉପରେ କୋରଡା . ଓଜନ ବିଭାଗ ଏଠାରେ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *