ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ମନମାନି: ହନ୍ତସନ୍ତ ଉପଭୋକ୍ତା

0
216

ନୟାଗଡ଼ ( ଆୱାଜ ମିଡ଼ିଆ ) ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ଓଡଗାଁ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ କର୍ମଚାରୀଙ୍କ ମନମାନି କାରଣରୁ ଉପଯୁକ୍ତ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି ଉପଭୋକ୍ତା . ଓଡଗାଁ ରେ କମ୍ପାନୀର ଅଫିସ୍ ଥାଇ ନଥିଲା ପରି ମନେହେଉଚି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ .ଅଂଚଳରେ କମ୍ପାନୀର ଲ୍ୟାଣ୍ଡ ଲାଇନ ଓ ମୋବାଇଲ ଫୋନର ଅନେକ ଉପଭୋକ୍ତା ଥିଲେ ମଧ୍ୟ କମ୍ପାନୀ ଓ ତାର କର୍ମଚାରୀଙ୍କ କାମଚୋରା ନୀତି କାରଣରୁ ଉପଭୋକ୍ତା ମାନେ ବହୁ ସମୟଧରି ସେବାରୁ ବଞ୍ଚିତ ହୋଇଥାନ୍ତି . ସେଥିପାଇଁ ବତ୍ତର୍ମାନ ସମୟରେ ହାତଗଣତିରେ ଅଂଚଳର କିଛି ଅଫିସ୍ ଓ ଘରୋଇ ଉପଭୋକ୍ତା ଙ୍କ ନିକଟରେ ଲ୍ୟାଣ୍ଡ ଲାଇନ କନେକସନ୍ ରହିଛି . ତେବେ କନେକସନ୍ ଓ ସିଗ୍‌ନାଲ କୁ ନେଇ କୌଣସି ଅଭିଯୋଗ କରାଗଲେ ମାସ ମାସ ଧରି ଏହାରସ୍ଥାୟୀ ସମାଧାନ କରାଯାଉନାହିଁ . କର୍ମଚାରୀ ମାନେ ବିଭିନ୍ନ ଆଳ ଦେଖାଇବା ସହ କମ୍ପାନୀ ଉପରେ ଦୋଷଲଦି ଚୁପ୍ ବସିଥାନ୍ତି. ଏପଟେ ଅଫିସ୍ ରେ ଅଭିଯୋଗ କରିବାପାଇଁ ଯାଇଥିବା ଲୋକେ ଅଫିସ୍ ଖୋଲା ଥିଲେ ମଧ୍ୟ କର୍ମଚାରୀ ଙ୍କୁ ନ ଦେଖି ନିରାଶ ହୋଇ ଫେରିଥାନ୍ତି .

LEAVE A REPLY

Please enter your comment!
Please enter your name here