ଯାଜପୁର (ଆୱାଜ ମିଡ଼ିଆ) – ଆଦିତ୍ୟ ମହାନ୍ତି : ନବ ଵିଵାହିତାଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ ଆସିଛି ହତ୍ୟା ଅଭିଯୋଗ . ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ନୂଆଗାଁ ବାସିନ୍ଦା ଦୀପ୍ତିରଞ୍ଜନ ପାତ୍ର ଙ୍କ ପତ୍ନୀ ଜ୍ୟୋତି ରାଉତଙ୍କୁ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର କରି ଘର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜ୍ୟୋତିର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ମେଡିକାଲ ଆସିଥିଲେ । ଝିଅର ମୃତ ଶରୀରକୁ ଦେଖି ବାପା ମା ସହ ପରିବାର ଲୋକେ ଝିଅ ଶାଶୁ, ଶଶୁର ଏବଂ ସ୍ୱାମୀ ମିଶି ଝିଅକୁ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିବା ସହ ଯାଜପୁର ଅତିରିକ୍ତ ତସିଲଦାରଙ୍କ ତଥା ମାଜିଷ୍ଟ୍ରେଟ ଠାକୁର ଦର୍ଶନଙ୍କ ଉପସ୍ଥିତିରେ ଶବ ଜବତ କରି ବେବଛେଦ ପାଇଁ ପଠାଯାଇଛି . ଜ୍ୟୋତିର ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଜୋତିଙ୍କ ସ୍ୱାମୀ ଦୀପ୍ତିରଞ୍ଜନ ପାତ୍ରକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୁଲିସ . ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବା ସହ ତଦନ୍ତରେ ଅଗ୍ରଗତି ହୋଇପାରିବ ବୋଲି ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ .
ନବବଧୁ ହତ୍ୟା ଅଭିଯୋଗ !!!

