ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା କୁରାଳ ପଞ୍ଚାୟତ ରୁ ଅଲଗା ହୋଇ ଦଣ୍ଡୋରକୁ ଏକ ନୂତନ ପଞ୍ଚାୟତ କରିବା ପାଇଁ ସାଧାରଣରେ ଯୋର ଧରିଲା ଦାବି । ଲିଙ୍ଗରାଜ ପ୍ରସାଦ, ନବରତ୍ନ ପୁର, ଦଣ୍ଡୋର, ପାଇକ ପନ୍ତିଖାଡି ଅଞ୍ଚଳର କିଛି ସମାଜସେବୀ ମାଆ ପାଣିଷଣ୍ଡ ମନ୍ଦିରରେ ଏକତ୍ରିତ ହୋଇ ଦଣ୍ଡୋରକୁ ଏକ ସ୍ଵତନ୍ତ୍ର ପଞ୍ଚାୟତ କରିବା ଲାଗି ଦାବି ଉପସ୍ଥାପନ କରିଛନ୍ତି। ଆଞ୍ଚଳିକ ଯୁବ ମଞ୍ଚ ର ସଭାପତି କୈଳାସ ନାହାକ ଏବଂ ସମ୍ପାଦକ ବନବାସୀ ନାହକ ବିଗତ ୧୯୯୧/୯୨ ,୨୦୦୧/୦୨,୨୦୧୧/୧୨ ଆର୍ଥିକ ବର୍ଷ ମାନଙ୍କରେ ଲୋକମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପଞ୍ଚାୟତ ପାଇଁ ଦାବି କରାଯାଇଥିଲେ ମଧ୍ୟ କୋୖଣସି କାରଣ ଲାଗି ପଞ୍ଚାୟତ ଗଠନ ହୋଇପାରି ନାହିଁ । ନୂତନ ପଞ୍ଚାୟତ ନିର୍ମାଣ ପାଇଁ ଆଗାମୀ ଦିନରେ ସଙ୍ଗଠନ କୁ ସୁଦୃଢ କରାଯିବା ସହିତ ଅଧିକରୁ ଅଧିକ ଯୁବକ ମାନଙ୍କୁ ସଙ୍ଗଠନ ରେ ସାମିଲ କରାଯିବା ପାଇଁ ଆଞ୍ଚଳିକ ଯୁବ ମଞ୍ଚର ସହ ସମ୍ପାଦକ ତ୍ରିଲୋଚନ ସିଂହ ଓ ଉପ ସଭାପତି ବାସୁଦେବ ଦାସ ମତ ରଖିଥିଲେ। ଉପ ଡାକଘର ଦଣ୍ଡୋର ସହ ସମ୍ପୃକ୍ତ ଗ୍ରାମ ଗୁଡିକୁ ନେଇ ଏକ ଗ୍ରାମ ପଞ୍ଚାୟତ ଗଠନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯିବା ପାଇଁ ଉକ୍ତ ବୈଠକରେ ସ୍ଥିର କରାଯାଇଛି ।