ଜୈବିକ କୃଷି ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ

0
290

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ଉଦ୍ୟାନ କୃଷି ମିଶନ ଆନୁକୂଲ୍ୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ତରବା ପଞ୍ଚାୟତର ଲେଙ୍ଗୁ ଗାଁରେ ଜୈବିକ କୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବ୍ଳକର ବି.ଡି.ଓ ନଟବର ଗରଡ଼ ଯୋଗଦାନ କରିଥିବା ବେଳେ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ କେ ସୁଦର୍ଶନ ଓ ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଡିଗଲ ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ। ଓଡ଼ିଶା ଖାଉଟି ସମବାୟ ନିଗମ ତରଫରୁ ପ୍ରକଳ୍ପ ପରିଚାଳକ ଶ୍ରୀ ସମୀର କୁମାର ବାରିକ ଏହି ବୈଠକରେ ପରିଚାଳନା କରିଥିଲେ। ଏହି ଶିବିରରେ ଜୈବିକ କୃଷିର ବିଭିନ୍ନ ପ୍ରଣାଳୀ ଓ ଉପକାରୀତା ବିଷୟରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ କୃଷିକ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର ଯୋଗୁଁ ମୃତ୍ତିକା ଏବଂ ଜଳବାୟୁ ପ୍ରଦୂଷଣ ହେବା ସହିତ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଉଛି। ତେଣୁ ସରକାର ଜୈବିକ କୃଷିର ସଂପ୍ରସାରଣ କ୍ଷେତ୍ରରେ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଏହା ଦ୍ୱାରା ମୃତ୍ତିକା ଜଳବାୟୁ ପ୍ରଦୂଷଣ କମିବା ସହିତ ମନୁଷ୍ୟକୁ ସୁଷମ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ମିଳି ପାରିବ। ଚାଷୀ ମାନେ ସେମାନଙ୍କର ଗୋଶାଳା ଏବଂ ଘରୁ ବାହାରୁ ଥିବା ବିଭିନ୍ନ ବର୍ଜ୍ୟବସ୍ତୁ ଏବଂ ସ୍ଥାନୀୟ ଉପକରଣ ଆଦି ବ୍ୟବହାର କରି କମ ଖର୍ଚ୍ଚରେ ଜୈବିକ କୃଷି କରିବା ସହିତ ସ୍ୱାବଲମ୍ବୀ ହୋଇ ପାରିବେ। ଏହି ଜୈବିକ କୃଷି କାର୍ଯ୍ୟକ୍ରମକୁ ଓଡ଼ିଶା ଖାଉଟି ସମବାୟ ନିଗମ ତରଫରୁ ତିନିବର୍ଷ ପର୍ଯ୍ୟନ୍ତ ତଦାରଖ କରିବା ସହିତ ସମସ୍ତ ତାଲିମ ପ୍ରଦାନ କରିବେ । ଏଥି ସହିତ Organic ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here