ଗଜପତି (ଆୱାଜ ମିଡ଼ିଆ) – ବିବେକାନନ୍ଦ ବେହେରା : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବା ସମୟରେ ଗଜପତି ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଅଛି . ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂଆ 25 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା . ମୋହନା ବ୍ଲକରୁ 10 ଜଣ, ଗୋଶାଣୀ ବ୍ଳକରୁ 2 ଜଣ, ପାରଳା ପୌର ପରିଷଦରୁ 9 ଜଣ, ଆର.ଉଦୟଗିରି ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ 3ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ ଏବଂ ଅନ୍ୟ ମାନଙ୍କୁ କୋଭିଡ଼ ହସ୍ପିଟାଲ / କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।