ରାୟଗଡ଼ା ( ଆୱାଜ ମିଡିଆ ) – ଆଲୋକ ମହାରଣା : ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରତି ବର୍ଷ ସେପ୍ଟେମ୍ବର 17 ତାରିଖକୁ ରାଷ୍ଟ୍ରୀୟ ଶ୍ରମୀକ ଦିବସ ରୂପେ ପାଳନ କରିଆସୁଛି . ଏହି କ୍ରମରେ ଆଜି ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ ରାୟଗଡା ଶାଖା ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି . ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂଘ ଓ ଉପସଭାପତି ମୋହନ ରାଓ ମାଝୀ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା . ରାୟଗଡା ସହର ଠାରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସମସ୍ତ ସଂଗଠନର ନେତୃ ବୃନ୍ଦ ଓ ସଂଗଠନ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ହୋଇ covid-19 କଟକଣାକୁ ମାନି ଓ ସାମାଜିକ ଦୂରତା ରକ୍ଷା କରି ବିରାଟ ପଦ ଯାତ୍ରା ସହିତ ସହର ପରିକ୍ରମା କରିଥିଲେ . ପରେ ଠକର ବାପା ଆଶ୍ରମ ଠାରେ ପହଁଚି ଆୟୋଜିତ ବୈଠକ ରେ ଯୋଗ ଦେଇଥିଲେ .ବୈଠକରେ ଭରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣ ରଖିଥିଲେ . ସଂଘଠନର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ମୁଖ୍ୟତଃcovid-19 ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ଭଳି ଭାବରେ ଶ୍ରମିକ ମାରଣ ନୀତି ଅଵଲମ୍ବନ କରି ଶ୍ରମିକ ମାନଙ୍କୁ ଅଣଦେଖା କରିବା ସହିତ ସେମାନଙ୍କୁ ହଇରାଣ କରାଯାଉଛି ତାହା ନିନ୍ଦନୀୟ ଓ ଏହାର ପ୍ରତିବାଦ ରେ ଭାରତୀୟ ମଜଦୁର ସଂଘ ସବୁବେଳେ ଲଢ଼ୁଛି ଓ ଲଢେଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ. ସମସ୍ତ ପ୍ରବାସୀ ଶ୍ରମିକ ଓ ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ସେମାନଙ୍କୁ ଅନୁକମ୍ପା ପୂର୍ବକ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା, ହସ୍ପିଟାଲ କର୍ମଚାରୀ, ଅଙ୍ଗନବାଡି ସଂଘ, ଆଶା କର୍ମଚାରୀ ସଂଘ, ପାଚିକା କର୍ମଚାରୀ ଓ ବିଭିନ୍ନ ସଂଗଠନରେ ଅସ୍ଥାୟୀ ରୂପେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଦୈନିକ 500 ଟଙ୍କା ଭତା ପ୍ରଦାନ କରିବା, ଅର୍ଥାଭାବ ଦର୍ଶାଇ କୌଣସି ଠିକା ଶ୍ରମିକ ମାନଙ୍କୁ ଛଟେଇ ନକରିବା, ଏବଂ ବନ୍ଦ ଥିବା ସରକାରୀ ନିଯୁକ୍ତି ତୁରନ୍ତ ଚାଲୁ କରିବା, ନିର୍ମାଣ ଶ୍ରମିକ ରିକ୍ସା ଚାଳକ, ସ୍ଵରୋଜଗାରୀ, ଉଠାଦୋକାନୀ, ଓ ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ 2000 ଟଙ୍କା ସହାୟତା ରାଶି ପ୍ରଦାନ କରିବା, ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜୀକରଣ କରିବା, ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଯେପରି covid 19 ନିୟମ ଅନୁଯାୟୀ ସୁବିଧା ଦିଆଯାଉଛି ସେପରି ସୁବିଧା ଆଶା ସାଥି ଏବଂ ସ୍ଵାସ୍ଥ୍ୟ ବିଭାଗ ଠିକା ଶ୍ରମିକ ମାନଙ୍କୁ ପ୍ରଦାନ କରିବା ଭଳି ଦାବି ଉପସ୍ଥାପନା କରିଥିଲେ . କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ସମସ୍ୟା କୁ ଉପସ୍ଥାପନା କରି ଏହାର ତୁରନ୍ତ ସମାଧାନ କରିବାକୁ ଭାରତୀୟ ମଜଦୁର ସଂଘ ସର୍ବଦା ଲଢେଇ କରିବାକୁ ଉପସ୍ଥିତ ସଂଘ ର ସମସ୍ତ କର୍ଯ୍ୟକର୍ତା ଶପଥ ନେଇଥିଲେ . ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗ୍ରାମିଣ ବନବାସୀ ମଜଦୁର ମହା ସଂଘ ରାଜ୍ୟ ସଂଯୋଜକ ସହଦେବ ନାୟକ, JK ପେପର ମଜଦୁର ସଂଘ ର ସଭାପତି ଏସ୍ ଦୁର୍ଗା, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ର ଅରୂଣ ଲେଙ୍କା, ବିଶ୍ଵକର୍ମା ମଜଦୁର ସଂଘ ର ଜିଲ୍ଲା ସଂପାଦକ ଦୁର୍ଗା ମାଧବ ଘୋଷ, ବ୍ୟବସାୟ ମଜଦୁର ସଂଘ ର ଆନନ୍ଦ ରାଉଳ, ଅଲ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ୍ ଓ।ର୍କରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସମ୍ପାଦିକା ଉଷାରାଣି ଦାସ, ଓଡିଶା ରାଜ୍ୟ ଆଶା ସାଥି ସଙ୍ଘର ସଭାନେତ୍ରୀ ମନୋରମା ବେନୀୟା, ଜିଲ୍ଲା ସମ୍ପାଦିକା ପଦ୍ମିନୀ ପଢ଼ିଆରୀ, କୃଷି ଗ୍ରାମୀଣ ମଜଦୁର ସଙ୍ଘର ସଭାପତି ରମେଶ କିଲାନା ଓ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସମସ୍ତ ସଂଗଠନ ର ସଦସ୍ୟ ଯୋଗ ଦେଇଥିଲେ. ସର୍ବଶେଷରେ ଭାରତୀୟ ମଜଦୁର ସଂଘ ର ରାୟଗଡା ବ୍ଲକ ସଭାପତି ଗୋପୀନାଥ ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ .