କେନ୍ଦ୍ରାପଡ଼ା ( ଆୱାଜ ମିଡିଆ ) – ପ୍ରଫୁଲ୍ଲ ମଲ୍ଲ : ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ ଆଜି କେନ୍ଦ୍ରାପଡ଼ା ଜିଲା ପରିଦର୍ଶନ କରିଥିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ l ପାଟନା କୃଷି ବିଭାଗ ନିର୍ଦେଶକ ଡକ୍ଟର ବିରେନ୍ଦ୍ର ସିଂ ଓ ରାଜପଥ ସଡ଼କ ପରିବହନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଶ୍ୱତ ମହାପାତ୍ର ଆଜି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l ବନ୍ୟା ପ୍ରଭାବିତ ଡେରାବିଶ ବ୍ଲକ, ପଟ୍ଟାମୁଣ୍ଡାଇ ବ୍ଲକ୍, ଆଳି ଓ ରାଜକନିକା ବ୍ଲକ ବୁଲି ଦେଖିଥିଲେ l ପ୍ରଥମେ ଡେରାବିଶ ବ୍ଲକ୍ ବେଣିପୁର ଠାରେ ବିରୂପା ନଦୀ ରେ ହୋଇଥିବା ଘାଇକୁ ଦେଖିବା ସହ ବନ୍ୟା ବିପନ୍ନ ଙ୍କୁ ଭେଟିଥିଲେ l ପରେ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ଗ୍ରାମ ପଞ୍ଚାୟତର କୋଳଥିଆ, ବାଲିକିରା, ତରଡିପାଳ ପଞ୍ଚାୟତର ପୋଖରିକୂଳ, ବିଲ ହରିଜନ ସାହି, ଅଳପୁଆ ପଞ୍ଚାୟତର ସବଳ ପୁର୍, ମିଶ୍ରବାଗ୍ ହରିଜନସାହି, ଆଳିର ଡିମିରି ପାଳ, ଦେସାହି, ଏରଡଙ୍ଗ, ପେତପଡା, ମଧୁସୂଦନ ପୁର୍, ରାଜକନିକା ବ୍ଲକ୍ ର ଭାରିଗଦା, କାନପୁର ପ୍ରଭୃତି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ l ରାଜ୍ୟ ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ରୋହିତ୍ କୁମାର ଲେଙ୍କା ଓ ନଦୀ ବନ୍ଧ ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ କୁମାର ରଥ କେନ୍ଦ୍ରୀୟ ଟିମ୍ ସହ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ l କେନ୍ଦ୍ରୀୟ ଟିମ୍ ସହିତ ସ୍ଥାନୀୟ ବିଡିଓ, ତହସିଲଦାର, ଜଳସମ୍ପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l
ବନ୍ୟା କ୍ଷୟକ୍ଷତି ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ ।

