ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ ଡାକୁଆ : ନୟାଗଡ ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଜିଲ୍ଲାର ନୂଆଗାଁ ବ୍ଲକ୍ ରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲି ପଞ୍ଚାୟତର କୋଭିଡ୍ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ରେ କରୋନା ପାଇଁ ସ୍ୱାବ ପରୀକ୍ଷା କରାଯାଇଥିଲା। ବାହାଡାଝୋଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଶ୍ରୀ ବଳିୟାର ସିଂ ଙ୍କ ଉପସ୍ଥିତିରେ ୧୪୯ ଜଣ ସ୍ୱାବ ଦେଇଥିବା ବେଳେ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।