ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର।ଞ୍ଚଳରେ ଆଜି ତୃତୀୟ ଦିନରେ ସେରୋ ସର୍ଭେଲାନ୍ସ ହୋଇଛି . ତୃତୀୟ ଦିନରେ ପନ୍ଦର ଶହ ରକ୍ତ ନମୂନା ସଂଗ୍ରହ କରାଯାଇ ଥିଲା। ତୃତୀୟ ଦିନରେ ପାରଳା ସହରର ବିଜୁ କଲ୍ୟାଣ ମଣ୍ଡପ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମୁଖ୍ୟ ଚିକିତ୍ସାଳୟ, ବେତାଗୁଡା ରିଜର୍ଭ ପୋଲିସ ଓ ପୌର ପରିଷଦରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ଉପଜିଲ୍ଲାପାଳ, PD,PAITDA ଏବଂ ଅନ୍ୟ କ୍ଷେତ୍ର କର୍ମଚାରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ଥିଲା। ସର୍ବମୋଟ 1500 ରକ୍ତ ନମୁନା ସଂଗ୍ରହ କରାଯାଇଥିଲା . ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମକୁ ରିଜିଓନାଲ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର ( RMRC ) ତଥା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚାଲିଛି। RMRC ତରଫରୁ ଅଭିଜ୍ଞ ବୈଜ୍ଞାନିକ ଓ ଡାକ୍ତର ଗବେଷକ ମାନଙ୍କୁ ନେଇ 16 ଟି ଟିମ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।