ଦଶ ଚକିଆ ଟ୍ରକ ଧକ୍କାରେ ବାଇକ ଚାଳକ ଗୁରୁତର !!

Spread the love

ସୁକିନ୍ଦା (ଆୱାଜ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା କଳିଙ୍ଗନଗର ଥାନା ଅନ୍ତର୍ଗତ ଶଗଡଗୁଳା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦଶ ଚକିଆ ଟ୍ରକ ଧକ୍କାରେ ଟାଟା କମ୍ପାନୀର ଟ୍ରଲର ଡ୍ରାଇଭର ବିଜୟ ଜେନା ଗୁରୁତର ଆହତ ହୋଇଥିବାର ସୂଚନା । କଳିଙ୍ଗ ନଗର ଟାଟା ଷ୍ଟିଲର ଟ୍ରଲର ଡ୍ରାଇଭର ବିଜୟ ଜେନା ଡିୟୁଟି ସାରି ନିଜ ଘର ଟମକା ଥାନା ଏରିଆର ବଗପାଟିଆ କୁ ଯିବା ସମୟରେ ପଛପଟୁ ୧୦ ଚକିଆ ଗାଡି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ବିଜୟ ଜେନା ଗୁରୁତର ହୋଇପଡିଥିଲେ। ଘଟଣା ସ୍ଥଳରେ କଳିଙ୍ଗ ନଗର ଥାନାଧିକାରୀ ସୁଶାନ୍ତ ଦାସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକି ଜବତ କରିବା ସହ ଗୁରୁତର ଆହତ ହୋଇଥିବା ବିଜୟଙ୍କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l

Leave a Reply

Your email address will not be published. Required fields are marked *