ଗଜପତିରେ ପୁଣି 42 କରୋନା ପଜିଟିଭ ଚିହ୍ନଟ !!

0
242

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ପୁଣି 42 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ 8ଜଣ, ଗୁମ୍ମା ବ୍ଳକରୁ 6 ଜଣ, କାଶୀ ନଗର ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ 5ଜଣ, ମୋହନା ବ୍ଳକ ରୁ ଜଣେ, ପାରଳା ପୌର ପରିଷଦରୁ 10 ଜଣ, ଆର ଉଦୟଗିରି ବ୍ଳକରୁ 3ଜଣ, ରାୟଗଡ ବ୍ଳକ ରୁ 8 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ ଏବଂ ଅନ୍ୟ ଗୁରୁତର ମାନଙ୍କୁ କୋଭିଡ଼ ହସ୍ପିଟାଲ/କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here