ଶିକ୍ଷକଙ୍କୁ ସମ୍ବର୍ଦ୍ଧନା !!!

Spread the love

ଗଜପତି (ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବାଳକ ଉଚ୍ଚ ବାଳକ ବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ବରିଷ୍ଠ ଶିକ୍ଷକ ବି.ଗୋବିନ୍ଦ ରାଜୁଙ୍କ ପ୍ରଧାନ ଶିକ୍ଷକ ପଦୋନ୍ନୋତି ଅବସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପଦୋନ୍ନତି ଚିଠା ଅନୁସାରେ ବିଦ୍ୟାଳୟରେ କାର୍ଯ୍ୟରତ ବି.ଗୋବିନ୍ଦ ରାଜୁ ପ୍ରଧାନଶିକ୍ଷକ ରୂପେ ସରକାରୀ ଉଚ୍ଚ ବିଦ୍ୟାଳୟ(ସେରଙ୍ଗ)କୁ ପଦନ୍ନୋତି ସହ ଅବସ୍ଥାପିତ ହୋଇଛନ୍ତି । ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ କୁମୁଦ ରଞ୍ଜନ ଦାଶ, ରାମନାଥ ପଣ୍ଡା, ସି.ଏଚ୍‌.ଭେଙ୍କେଟଶ୍ୱର ପ୍ରମୁଖ ଯୋଗଦେଇ ବି. ଗୋବିନ୍ଦ ରାଜୁଙ୍କ କର୍ତ୍ତବ୍ୟ ପରାୟଣର ପ୍ରଶଂସା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ସଭା କାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ସି.ଏଚ୍‌. ଚାନ୍ଦିନୀ , ଶ୍ରୀ ରାମମୂର୍ତ୍ତୀ , ଧର୍ମା ରାଓ , ପ୍ରତିମା ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । 
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ବି.ଗୋବିନ୍ଦ ରାଓଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ , ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ହରିହର ଦାଶ , ମହେନ୍ଦ୍ର କୁମାର ବଡମୁଣ୍ଡି , ରାମୋଜୀ ରମେଶ ପ୍ରମୁଖ  ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *