ସହିଦ ବାଜି ରାଉତ ଙ୍କୁ ଏଇତ ଜୀବନ ତରଫରୁ ଶ୍ରଦ୍ଧା ସୁମନ

Spread the love

ଓଡ଼ିଶା ମାଟିର ଗର୍ବ ଵୀର ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଏଇତ ଜୀବନ ଢେଙ୍କାନାଳ ଶାଖାର ସଦସ୍ୟ ମାନେ !!

ଢେଙ୍କାନାଳ ଜିଲ୍ଲା ଏଇତ ଜୀବନ ପରିବାର ତରଫରୁ କପିଳାସ ପ୍ରାଣୀ ଉଦ୍ୟାନ ଠାରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ, ବୀର ସହୀଦ ଢେଙ୍କାନାଳର ଗର୍ବ ଓ ଗୌରବ ବାଜି ରାଉତଙ୍କ ଜନ୍ମପୀଠରେ ପୁଷ୍ପମାଲ୍ୟ ପ୍ରଦାନ କରି ସହିଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି ।

ଆଜି ଭାରତର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ସହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଶତବାର୍ଷିକୀରେ, ଏଇତ ଜୀବନ ସମାଜିକ ସଂଗଠନର ଢେଙ୍କାନାଳ ଜିଲ୍ଲା ଶାଖାର ସଦସ୍ୟ ମାନେ ତାଙ୍କ ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ଦେଲେ । ପ୍ରଥମେ ସହୀଦ ବାଜି ରାଉତଙ୍କ ଜନ୍ମପୀଠ ନୀଳକଣ୍ଠପୁର ଠାରେ ମାଲ୍ୟାର୍ପଣ କରି, ପରେ ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଉଦ୍ୟାନ କେନ୍ଦ୍ର(କପିଳାସ ଚିଡ଼ିଆଘର) ଠାରେ କୋଭିଡ଼ ସଚେତନ କରିବା ସହିତ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରାଣୀ ମାନଙ୍କ ସହିତ କ୍ରୁର ବ୍ୟବହାର ନ କରିବା ପାଇଁ ନିବେଦନ କରିଥିଲେ।

ଏହା ବ୍ୟତୀତ ଭୁବନ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନଙ୍କୁ ସର୍ପ ଭୟଭୟତା ନିରାକରଣ ଓ ଚିକିତ୍ସା ବିଷୟରେ ଅବଗତ କରିଥିଲେ ସର୍ପର ସାଥି ତଥା ଏଇତ ଜୀବନ ଢେଙ୍କାନାଳ ଶାଖାର ସମ୍ପାଦକ ଶୁଭେନ୍ଦୁ ରାଉତରାୟ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠାନର ଉପଦେଷ୍ଟା ସାଧ୍ୟରାଣୀ ପଟ୍ଟନାୟକ କରିଥିବା ବେଳେ ପ୍ରତିଷ୍ଠାତା ଶିବୁ ପଟ୍ଟନାୟକ, ସନ୍ଦୀପ ପଟ୍ଟନାୟକ,ଡ଼ ଅମୟନ୍ତି ବେହେରା, ହିମାଂଶୁ ପଣ୍ଡା, ମାନସ ସାମଲ, ରାକେଶ ରାୟ, ଶାରଦା ପ୍ରସାଦ ଦାଶ, ଦୀପ୍ତିରଞ୍ଜନ ପ୍ରଧାନ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *