ବିଶ୍ୱ ଅଣ୍ଡା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫେରେନ୍ସହଲଠାରେ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ Dr ଶ୍ରୀନିବାସ ସାହୁ ଉପସ୍ଥିତ ରହି ବିଶ୍ୱ ଅଣ୍ଡା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ମତ ରଖିଥିଲେ। ଅଣ୍ଡା ର ଉପାଦେୟତା ପାଇଁ ସଚେତନତା କରାଇବା ଜରୁରୀ କାରଣ ଅଣ୍ଡା ଗୋଟିଏ ସଂପୂର୍ଣ୍ଣ ଖାଦ୍ୟ, ପ୍ରତି ଅଣ୍ଡାରେ 6 ଗ୍ରାମ ପୁଷ୍ଟିସାର,14 ପ୍ରକାର ଭିଟାମାଟି ଓ ମିନେରାଲ ଭରପୂର ରହିଛି। ଭିଟାମିନ ADE ଏବଂ କ୍ୟାଲସିୟମ, ଆୟୋଡିନ ସେଲେନିୟମ ଖାଦ୍ୟସାର ପ୍ରଚୁର ପରିମାଣରେ ଅଛି . ଆମେ ମାନେ ଯେତେ ବେଳେ ସୁନ୍ଦର ସ୍ୱାସ୍ଥ୍ୟ ଚିନ୍ତା କରୁ ସେତେବେଳେ ଗୋଟିଏ ସୁଷମଖ୍ୟାଦ୍ୟର ପରିକଳ୍ପନା ଆମ ମନକୁ ଆସେ . ସୁଷମ ଖ୍ୟାଦ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଅପରିହାର୍ଯ୍ୟ ଅଟେ ବୋଲି ନିଜର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ Dr ପ୍ରଶାନ୍ତ କୁମାରସାମଲ, ଏଡିଭିଓ Dr ଅଭିଜିତ ମିଶ୍ର, ନୋଡ଼ାଲ ଅଫିସର Dr ଶୁଭ ବିକାଶ ମଲିକ, ବିଭିଓ Dr ଅରବିନ୍ଦ ବେହେରା, ଏଡିଭିଓ Dr ବି ଉଦୟ କୁମାର, ଡେପୁଟିଡାରେକ୍ଟର ଭେଟନାରୀ ହସ୍ପିଟାଲ Dr ଲିପିଲେଖା ସ୍ବାଇଁ, ଏଭିଏସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକର ସ୍ୱୟଂ ସହାୟକ ଗୋଷ୍ଠୀର ଚିଡିଭିଓ ଅଫିସର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହିଭଳି କାର୍ଯ୍ୟକ୍ରମକୁ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପ୍ରଶଂସା କରିଛନ୍ତି। ଯାହା ଦ୍ୱାରା ସରକାରଙ୍କର ବିଭାଗ ପକ୍ଷରୁ ହେଉଥିବା ଯୋଜନା ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହୋଇ ପାରୁଛି

Leave a Reply

Your email address will not be published. Required fields are marked *