ଦୁହୁରିଆ ବାଇପାସ୍ ରାସ୍ତା ମରାମତି ପାଇଁ ପ୍ରଶାସନକୁ ଓଡ଼ିଶା ଜନସେବା ସଂଗଠନର ଚେତାବନୀ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ବାଇପାସ୍ ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରିବା ପାଇଁ ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓଡ଼ିଶା ଜନସେବା ସଂଗଠନର ଏକ ୭ ଜଣିଆ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ବାଇପାସ୍ ରାସ୍ତାଟି କଟକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜପଥକୁ ଦୈତାରୀ-ପାରାଦୀପ ଜାତୀୟ ରାଜପଥ ସହିତ ସଂଯୋଗ କରୁଛି । ଏକ କିଲୋମିଟରରୁ ମଧ୍ୟ କମ୍ ଏହି ମୁଖ୍ୟ ସଂଯୋଗ ରାସ୍ତା ଟି ଏବେ ଖାଲଖମାରେ ଭର୍ତ୍ତି ହେବା ସହିତ ବର୍ଷା ହେଲେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଯାହାକି ପଥଚାରୀଙ୍କ ନିମନ୍ତେ ମରଣଯନ୍ତା ପାଲଟିଛି । ଦୀର୍ଘ ଦିନ ଧରି ପ୍ରଶାସନ ଏହା ପ୍ରତି ଦୃଷ୍ଟି ଦେଉନଥିବା ବେଳେଏବେ ଜନସାଧାରଣଙ୍କ ପାଇଁ ଅସହ୍ୟ ପରିସ୍ଥିତି ହୋଇପଡ଼ିଛି । ଏଣୁ ପ୍ରଶାସନ ଯଥାଶୀଘ୍ର ଏହି ରାସ୍ତାର ମରାମତି ନ କଲେ ଅସନ୍ତୁଷ୍ଟ ସ୍ଥାନୀୟ ବାସିନ୍ଦାଙ୍କ ସମେତ ଓଡ଼ିଶା ଜନସେବା ସଂଗଠନ ମଧ୍ୟ ରାଜରାସ୍ତା କୁ ଓହ୍ଲାଇବ ବୋଲି ସଂଗଠନ ର ସଭାପତି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଗଠନ ର ଉପଦେଷ୍ଟା ମେଜର ଭରତ ଚନ୍ଦ୍ର ଜେନା , ବିକାଶ ସ୍ବାଇଁ, କେଶବ ମିଶ୍ର, ଅନୀଲ୍ ଦାସ, ଶୁଭବ୍ରତ ଆଚାର୍ଯ୍ୟ ଏବଂ ପ୍ରକାଶ ନାୟକ ପ୍ରଭୃତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *