ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବୋଲଗଡ଼ ଅଂଚଳର ଚାଷିମାନେ ମରୁଡି ଅଂଚଳ ଘୋଷଣା ଦାବି କରି ଆରମ୍ଭ କରିଛନ୍ତି ଆନ୍ଦୋଳନ । ଚାଷି ସଂଗଠନ ଆବାହକ ରବିନ୍ଦ୍ର କୁମାର ପରିଡ଼ାଙ୍କ ଡାକରାରେ ବୋଲଗଡ଼ ବ୍ଲକର ଚାଷୀ ଭାଇମାନେ ବହୁ ସଂଖ୍ୟାରେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଚଳିତ୨୦୨୦ ମସିହାର ବର୍ଷା ଋତୁରେ କମ୍ ବର୍ଷା ଯୋଗୁଁ ଜମିରେ ବେଉଷଣ ଏବଂ ତଳି ରୁଆ କାର୍ଯ୍ୟ ଠିକ୍ ସମୟରେ ହୋଇପାରିଲା ନାହିଁ, ପଛରେ ଯେଉଁ ବର୍ଷା ହେଲା ତାହା ଜମିରେ ଧାନଫସଲ ପାଇଁ ଉପଯୋଗୀ ହୋଇ ପାରିଲା ନାହିଁ। ତେଣୁ ବୋଲଗଡ଼ ବ୍ଲକର ପ୍ରାୟ ୮୦ଭାଗ ଜମିର ଧାନ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଣୁ ସମସ୍ତ ଚାଷିମାନେ ଏଥିପାଇଁ ଆଶଙ୍କା ମଧ୍ୟରେ କାଳ କାଟୁଛନ୍ତି ।
ବୋଲଗଡ଼ ବ୍ଲକର ବିଭିନ୍ନ ପଂଚାୟତର ଚାଷିମାନଙ୍କ ନେତୃତ୍ବରେ ନନ୍ଦିଘୋଷ ଭବନ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରି ବୋଲଗଡ଼ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଶ୍ରୀଯୁକ୍ତ ଧୋବେଇ ନାୟକଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ , କୃଷୀମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ବ୍ଲକ ବିଜେପି କୃଷକ ସଭାପତି ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ପରିଚାଳନାରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆଯୋଜନ ହୋଇଥିଲା। ସମସ୍ତ ଚାଷୀଭାଇମାନେ କୋଭଡ୍୧୯ ର ନିୟମ ପାଳନ କରିବା ସହିତ ମାକ୍ସ ପରିଧାନ କରି ହାତରେ ଉଜୁୁଡା କ୍ଷେତରୁ ନଷ୍ଟ ହୋଇଥିବା ଧାନ ବିଡାକୁ ଧରି ଏହି ଚାଷି ଆନ୍ଦୋଳନରେ ଯୋଗ ଦେଇଥିଲେ ।